ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Published: Mar 8, 2025, 11:34 am IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହିଳା ସମାନତା ପାଇଁ ନିଶ୍ଚିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ବାର୍ତ୍ତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ ସହ ମହିଳାଙ୍କ ଆର୍ଥିକ ଉନ୍ନତିକୁ ନେଇ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହିଳା ସମାରୋହରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଂପାଦିକା କୁମୁଦିନୀ ମୁଦୁଲି,ଉପ ଜିଲ୍ଲାପାଳ ଡଃ ସୌମ୍ୟରୂପା ରଥ ଓ ଅତିରିକ୍ତ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ରମେଶ ସ୍ୱାଇଁ ପ୍ରମୁଖ ନାରୀ ଶିକ୍ଷା,ମହିଳା ଅଧିକାର,ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ,ମହିଳା ଦକ୍ଷତା ଏବଂ ଆର୍ଥିକ ସ୍ୱାବଲମ୍ବନକୁ ନେଇ ବିଷଦ ଆଲୋଚନା କରିଥିଲେ।

ଏହି ଅବସରରେ ସୁଭଦ୍ରା ଯୋଜନା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କେତୋଟି ମହିଳା ସଂଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା।

Related posts