Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ଧରେ ଶବ ବୁହା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ
ଆଜିର ଖବର

କାନ୍ଧରେ ଶବ ବୁହା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

July 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁଣି ଦାନ ମାଝୀ ଭଳି ଘଟଣା । ଦାନ ମାଝୀ ପରି ଆଉ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୁହାଇ ନେଇଛନ୍ତି । କଳାହାଣ୍ଡି କାଣିଗୁମା ମେଡିକାଲରୁ କାନ୍ଧରେ ଶବ ବୁହାହେବା ଚର୍ଚ୍ଚିତ ଘଟଣା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ଟିମ୍‌ ଦ୍ବାରା ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ରହିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଣିଗୁମା ଡାକ୍ତରଖାନାରୁ ମହାପ୍ରୟାଣ ଗାଡ଼ି ଯୋଗାଇ ନଦେବାରୁ ଜଣେ ମହିଳାଙ୍କ ଶବକୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ କାନ୍ଧରେ ବୋହି ଆଣିଥିଲେ । ଏହାପରେ ଏହି ଘଟଣାରେ ସତ୍ୟତା ଜାଣିବାକୁ ସିଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଂଚଳରେ ନିଗିଡ଼ି ନାମକ ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଣିଗୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନା ପକ୍ଷରୁ ମୃତଦେହକୁ ନେବା ପାଇଁ କହିଥିଲେ ମଧ୍ୟ କୗେଣସି ଶବବୁହା ଗାଡ଼ି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ବାଧ୍ୟ ହୋଇ ତାଙ୍କ ସ୍ବାମୀ କାନ୍ଧରେ ବୁହାଇ କାଣୀଗୁମା ସ୍ବାସ୍ଥ୍ୟକେନ୍ଦ୍ରରୁ ବାଲିସରା ଗାଁକୁ ୫ କିମି ଆଣିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.