ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏବେ ବି ଭଗ୍ନାବଶେଷ ତଳେ ୨୮ରୁ ଅଧିକ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି। ଏହି କୋଠା ଭୁଶୁଡ଼ିବା ମାମଲାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ୍ ଦୁଃଖ ପ୍ରକଟ କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି । ମୁମ୍ବାଇ ପୋଲିସ ଓ ଦମକଳ ବାହିନୀ ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ସାମିଲ୍ ରହିଛନ୍ତି। ଆମ୍ବୁଲାନ୍ସ ସମେତ ଉଦ୍ଧାରକାରୀ ଗାଡି ମଧ୍ୟ ଘଟଣାସ୍ଥଳରେ ଉଦ୍ଧାରକାମରେ ଜୁଟିଛନ୍ତି। ଏନଡିଆରଏଫ ମୁତାବକ ସଂକୀର୍ଣ୍ଣ ରାସ୍ତା ହୋଇଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଫଳରେ ଆମ୍ବୁଲାନ୍ସଗୁଡିକୁ ୫୦ ମିଟର ଦୂର ପର୍ଯ୍ୟନ୍ତ ରହିବାକୁ ପଡ଼ିଛି। ଏହି କୋଠାଟି ୮୦ ବର୍ଷ ପୁରୁଣା ଏବଂ ଏଥିରେ ୮ ରୁ ୧୦ ପରିବାର ରହୁଥିଲେ।
Tags: