ନିଜର ଶେଷ ଫିଲ୍ମ ତୁମ୍ବାଡ ଜରିଆରେ ସମସ୍ତ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିବା ବେଳେ ପୁନର୍ବାର ଏକ ପ୍ରକଳ୍ପରେ ନଜର ଆସିବାକୁ ଯାଉଛନ୍ତି ସୋହମ ଶାହ । ଗୁଲାବୀ ଲେନ୍ସ ନାମକ ଏହି ଫିଲ୍ମରେ ସୋହମ ଶାହ ଅନୁଷ୍କା ରଞ୍ଜନଙ୍କ ସହିତ ରୋମାନ୍ସ କରିବାକୁ ଯାଉଛନ୍ତି । ସୌରଭ ଗୁପ୍ତା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମର କାହାଣୀ ସମ୍ପର୍କରେ ବିଶେଷ ସୂଚନା ମିଳି ପାରି ନାହିଁ । ସେହିପରି ପଓ୍ବନ୍ କୃପାଳିନୀ ଏବଂ ଅଭିଷେକ ଚୌବେଙ୍କ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି ସୋହମ । ଏହି ଫିଲ୍ମରେ ସୋହମଙ୍କ ବିପକ୍ଷରେ ନଜର ଆସିବେ କୀର୍ତ୍ତି କୁହ୍ଲାରୀ ।
Tags: