ୟୁପି ବିଜେପିର ପ୍ରଦେଶ ଅଧ୍ୟକ୍ଷ ହେଲେ ସ୍ବତନ୍ତ୍ର ଦେବ ସିଂହ

Published: Jul 16, 2019, 4:57 pm IST

ସ୍ବତନ୍ତ୍ର ଦେବ ସିଂହ ଉତ୍ତରପ୍ରଦେଶ ବିଜେପିର ନୂଆ ପ୍ରଦେଶ ଅଧ୍ୟକ୍ଷ ହୋଇଛନ୍ତି । ପଛୁଆ ବର୍ଗର ଏହି ନେତା ଜଣକ ୟୁପିର ଯୋଗୀ ସରକାରଙ୍କ ପରିବହନ ରାଜ୍ୟ ମନ୍ତ୍ରୀ ରହିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ସ୍ବତନ୍ତ୍ର ଦେବ ସିଂହଙ୍କୁ ମଧ୍ୟପ୍ରଦେଶର ପ୍ରଭାରୀ ରୂପେ ନିଯୁକ୍ତି କରାଯାଇଥିଲା । ସେହିପରି ବିଜେପି ମହାରାଷ୍ଟ୍ରରେ ମଧ୍ୟ ବିଜେପି ଅଧ୍ୟକ୍ଷଙ୍କୁ ବଦଳ କରିଛି । ମହାରାଷ୍ଟ୍ରରେ ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ରୂପେ ଦାୟିତ୍ବ ଦିଆଯାଇଛି । କେନ୍ଦ୍ର ସରକାରରେ ମନ୍ତ୍ରୀ ହେବା ପରେ ମହେନ୍ଦ୍ର ନାଥ ପାଣ୍ଡେ ପ୍ରଦେଶ ଅଧ୍ୟକ୍ଷରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏକ ବୟାନ ଜାରି କରି କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ସ୍ବତନ୍ତ୍ର ଦେବ ସିଂହଙ୍କୁ ଉତ୍ତରପ୍ରଦେଶର ପ୍ରଦେଶ ଅଧ୍ୟକ୍ଷ ରୂପେ ନିଯୁକ୍ତି କରିଛନ୍ତି ।

Related posts