ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି ନୀରଜ ଶେଖର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗଦେବା ଅବସରରେ ନୀରଜ କହିଛନ୍ତି ଯେ, ‘ଏ ଦେଶ କେବଳ ମୋଦିଜୀଙ୍କ ହାତରେ ସୁରକ୍ଷିତ ରହିଛି ଓ ରହିବ, ତେଣୁ ମୁଁ ମଧ୍ୟ ତାଙ୍କୁ ସମର୍ଥନ କରୁଛି ।’ ନୀରଜ ଶେଖର ଗତକାଲି ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଲୋକସଭା ନିର୍ବାଚନ ସମୟରେ ନୀରଜ୍ ସମାଜବାଦୀ ପାର୍ଟିରେ ରହି ମଧ୍ୟ କିଛି ଅସନ୍ତୋଷ ରହିଥିଲେ । ଏପରିକି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ନୀରଜଙ୍କ କଥବାର୍ତ୍ତା ବନ୍ଦ ରହିଥିଲା । ନୀରଜ୍ ଚଳିତ ନିର୍ବାଚନରେ ୟୁପିର ବାଲିଆରୁ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ସମାଜବାଦୀ ପାର୍ଟିର୍ ଏହି ଆସନରୁ ସନାତନ ପାଣ୍ଡେକୁ ଟିକେଟ ଦେଇଥିଲା । ଓ୍ବାଲିଆରୁ ଦୁଇ ଦୁଇଥର ସାଂସଦ ରହିଥିବା ନୀରଜ୍ ଶେଖର ହେଉଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁତ୍ର । ସମାଜବାଦୀ ପାର୍ଟିର କିଛି ସାଂସଦ ମଧ୍ୟ ପାଲା ବଦଳ କରିପାରନ୍ତି ବୋଲି ସୂଚନା ରହିଛି ।