ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କେବେ ଏବଂ କାହିଁକି

Published: Mar 12, 2025, 10:46 pm IST

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ। ସେ ଆସନ୍ତା 24 ତାରିଖରେ ଓଡିଶା ଆସୁଥିବାର ଜଣାପଡିଛି। ସେ ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ କଣ୍ଟିଲୋ ଯିବେ। ସେଠାରେ ସେ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ସେ ଜଗନ୍ନାଥ ସଂସ୍କୃତିର ମୂଳପିଠ ଭାପୁର ବ୍ଲକ ଅଧିନରେ ଥିବା କାଳିଆପଲ୍ଲୀ ଜଙ୍ଗଲକୁ ଯିବେ। ସେଠାରେ ଥିବା ଶବର ରାଜା ବିଶ୍ବାବସୁ ଏବଂ ଲଳିତାଙ୍କ ଜନ୍ମପିଠ ପରିଦର୍ଶନ କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ନୟାଗଡ ଜିଲ୍ଲାପାଳ ଏବଂ ଏସପି କଣ୍ଟିଲୋ ଓ କାଳିଆପଲ୍ଲୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।

Related posts