ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ବିଧାନସଭାରେ ବଲାଙ୍ଗୀର ବାର ଆସୋସିଏସନ ଆଇନମନ୍ତ୍ରୀଙ୍କୁ ଭେଟିଛନ୍ତି । ଦୀର୍ଘଦିନରୁ ଓକିଲ ସଂଘ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏଁ ଏଥିରେ ସୁଫଳ ପାଇନାହାନ୍ତି । ତେଣୁ ଏହି ଦାବି ନେଇ ଆଜି କ୍ରିୟାନୁଷ୍ଠାନ କମିଟି ଓ ବାର ଆସୋସିଏସନ ଲୋୟର୍ ପିଏମ୍ଜିଠାରେ ବିକ୍ଷୋଭ କରିବା ସହିତ ଧାରଣା ଦେଇଥିଲେ । ପରେ ବିଧାନସଭାକୁ ଏକ ଶୋଭାଯାତ୍ରାରେ ଯାଇ ଆଇନମନ୍ତ୍ରୀଙ୍କୁ ଭେଟିଥିଲେ । ବାର ଆସୋସିଏସନ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ମଧ୍ୟ ସାମିଲ ଥିଲେ । ବାର ଆସୋସିଏସନ ଆଜି ବିଧାନସଭାରେ ଆଇନମନ୍ତ୍ରୀଙ୍କୁ ଦେଖା କରି ଦାବିପତ୍ର ଦେଇଛି ।