ଆସନ୍ତାକାଲିକୁ ଘୁଞ୍ଚିଲା କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ଶୁଣାଣି

Published: Jul 16, 2019, 5:57 pm IST

କର୍ଣ୍ଣାଟକ ରାଜନୈତିକ ସଂକଟ ତୁଟୁନଥିବାବେଳେ ଏହା ଏବେ ସୁପ୍ରିମ୍‌କୋର୍ଟଙ୍କ ବିଚରାଧୀନ। ପୂର୍ବରୁ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାରେ ସୁପ୍ରିମ୍‌କୋର୍ଟ  ଶୁଣାଣି କରି ଆଜି ଏହାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। କିନ୍ତୁ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତା କାଲିକୁ ଅର୍ଥାତ୍‌ ବୁଧବାରକୁ ଘୁଞ୍ଚାଇଛନ୍ତି ସୁପ୍ରିମ୍‌କୋର୍ଟ। ଆସନ୍ତାକାଲି ସକାଳ ୧୦.୩୦ରେ ଏହି ମାମଲାର ଶୁଣାଣି କରାଯିବ। ଉଭୟ ପକ୍ଷକୁ ଶୁଣିବା ପରେ ଏହି ମାମଲାର ଶୁଣାଣିକୁ ଆଉ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ବର୍ତ୍ତମାନ ସୁଦ୍ଧା ୧୫ ଜଣ ବିଧାୟକ ଯାଚିକା ରୁଜୁ କରି ସୁପ୍ରିମକୋର୍ଟରେ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଦାବି କରିଛନ୍ତି। ବାଚସ୍ପତିଙ୍କ ଦ୍ୱାରା ଇସ୍ତଫା ସ୍ୱୀକାର ନହେବା ପରେ ଏହି ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଦିନ କୁମାରସ୍ବାମୀ ସରକାର ଶକ୍ତି ପରୀକ୍ଷା ଦେବେ।

Related posts