ସୁନା ଚୋରା ଚାଲାଣ ମାମଲା: ଜେଲରେ ହିଁ ରହିବେ ରାଣ୍ୟା ରାଓ, ଜାମିନ ଆବେଦନ ଖାରଜ କଲେ କୋର୍ଟ

Published: Mar 14, 2025, 6:51 pm IST

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ବର୍ତ୍ତମାନ ଜେଲରେ ରହିବାକୁ ପଡ଼ିବ। ଆଜି ଅର୍ଥନୈତିକ ଅପରାଧ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ୩ ତାରିଖରେ ୩୪ ବର୍ଷିୟା ରାଣ୍ୟା ରାଓଙ୍କୁ ଦୁବାଇରୁ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ କିଲୋଗ୍ରାମ ସୁନା ସହ ଗିରଫ କରାଯାଇଥିଲା। ଏହି ସୁନାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ବୋଲି କୁହାଯାଇଥିଲା। ତାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ତରୁଣ କୋଣ୍ଡୁରୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା, ଯାହାଙ୍କର ଜାମିନ ଆବେଦନ ଶନିବାର ଅପରାହ୍ନ ୩ ଟାରେ ଶୁଣାଣି ହେବ।

Related posts