Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର 
ଆଜିର ଖବର

କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର 

March 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ରାଇଫଲ୍ସ ବାଟାଲିୟନ ଜମିକୁ ମିଜୋରାମ ସରକାରଙ୍କୁ ହସ୍ତାନ୍ତର ଏବଂ ମାନଚିତ୍ରର ଆନୁଷ୍ଠାନିକ ଆଦାନ ପ୍ରଦାନ ଆଜି ମିଜୋରାମର ଆଇଜୋଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଏବଂ ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କାର୍ଯ୍ୟକ୍ରମକୁ ମିଜୋରାମର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭୌଗୋଳିକ ସ୍ଥିତି ଯୋଗୁଁ ସ୍ଥାନ ଅଭାବ ଦେଖାଦେଇଥିବା ହେତୁ ପ୍ରାୟ ୩୫ ବର୍ଷ ଧରି ଆସାମ ରାଇଫଲ୍ସକୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହେଉଥିଲା ଯଦ୍ବାରା ଆଇଜୋଲ ସମେତ ମିଜୋରାମର ସାମଗ୍ରିକ ବିକାଶ କୁ ସୁଗମ କରାଯାଇପାରିବ। ଆଇଜୋଲରେ ଜାଗାର ବହୁତ ଅଭାବ ଏହାର ଆଧୁନିକୀକରଣ ଏବଂ ସରକାରୀ ସୁବିଧା ବୃଦ୍ଧିରେ ବାଧା ସୃଷ୍ଟି କରୁଛି ବୋଲି ସେ ଆଲୋକପାତ କରିଥିଲେ। ଦଶନ୍ଧି ପୁରୁଣା ଏହି ଦାବି କୁ ପୂରଣ କରିବା ପାଇଁ ଶ୍ରୀ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଶ୍ରେୟ ଦେଇଛନ୍ତି।

ଅମିତ ଶାହ କହିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ ବରଂ ମିଜୋରାମବାସୀଙ୍କ ପ୍ରତି ମୋଦୀ ସରକାରଙ୍କ ଦାୟିତ୍ୱ ଏବଂ ରାଜ୍ୟର ପ୍ରଗତି ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରମାଣ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ମିଜୋରାମର ଏକ ପ୍ରମୁଖ ଅଞ୍ଚଳରେ ଏକ ବିଶାଳ ଜମି ଉପଲବ୍ଧ କରାଇବ ଏବଂ ରାଜ୍ୟର ବିକାଶକୁ ଏକ ନୂତନ ଦିଗ ଦେବ। ୧୮୯୦ ମସିହାରେ ଆଇଜୋଲରେ ପ୍ରଥମ ସେନା ଶିବିର ପ୍ରତିଷ୍ଠା ହେବା ପରଠାରୁ ଏହା ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ଶ୍ରୀ ଶାହା ଉଲ୍ଲେଖ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସମଗ୍ର ଉତ୍ତର-ପୂର୍ବକୁ ସୁଦୃଢ଼ ଏବଂ ସମନ୍ୱିତ କରିବା ପାଇଁ ଗତ ୧୦ ବର୍ଷ ଧରି ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ାଠାରୁ ମହାକାଶ ଏବଂ କୃଷି ଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ରରେ ମୋଦୀ ସରକାର ଅଭୂତପୂର୍ବ ବିକାଶ କରୁଛନ୍ତି ବୋଲି ସେ ଆଲୋକପାତ କରିଥିଲେ। ଶ୍ରୀ ଶାହ ଦର୍ଶାଇଥିଲେ ଯେ ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ପୂର୍ବର ସମସ୍ତ ପ୍ରଧାନମନ୍ତ୍ରୀ ମିଳିତ ଭାବେ ୨୧ ଥର ଉତ୍ତର-ପୂର୍ବ ଗସ୍ତ କରିଥିବା ବେଳେ ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାକୀ ୭୮ ଥର ଉତ୍ତର-ପୂର୍ବ ଗସ୍ତ କରିଛନ୍ତି। ଏହାବ୍ୟତୀତ ୨୦୧୪ ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳର ମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀମାନେ ମାତ୍ର ୭୧ ଥର ଏହି ଅଞ୍ଚଳ ଗସ୍ତ କରିଥିବା ବେଳେ ଗତ ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ସଂଖ୍ୟା ୭୦୦ ଅତିକ୍ରମ କରିଛି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର-ପୂର୍ବ କେବଳ ଦ୍ରୁତ ବିକାଶ ଦେଖୁନାହିଁ ବରଂ ଅଭୂତପୂର୍ବ ଶାନ୍ତି ଅନୁଭବ କରୁଛି। ସେ ମିଜୋରାମରେ ୨୫୦୦ କୋଟି ଟଙ୍କା ବ୍ୟୟରେ ୫୦୨-ଏ ଜାତୀୟ ରାଜପଥରେ ପ୍ୟାକେଜ୍ -୧ ଏବଂ ପ୍ୟାକେଜ୍ -୩ ଆରମ୍ଭ କରିବା ସମେତ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଆଇଜୋଲ ଓ କୋଲାସିବ ଜିଲ୍ଲାର ୬ ନମ୍ବର ଜାତୀୟ ରାଜପଥରେ ୧୭୪୨ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ୫୪ ନମ୍ବର ଜାତୀୟ ରାଜପଥର ଆଇଜୋଲ-ଟୁଇପାମ ସେକ୍ସନର ଡବଲ ଲେନ୍ ନିର୍ମାଣ କାର୍ଯ୍ୟ ୧୦୦୬ କୋଟି ଟଙ୍କା ବ୍ୟୟରେ ଚାଲିଛି। ଏହାବ୍ୟତୀତ ମିଜୋରାମରେ ୧୦୦ କୋଟି ଟଙ୍କା ବିନିଯୋଗରେ ବାଉଁଶ ଲିଙ୍କ୍ ରୋଡ୍ ନିର୍ମାଣ କରାଯାଉଛି। ଗତ ଏକ ଦଶନ୍ଧି ମଧ୍ୟରେ ମୋଦୀ ସରକାର ମିଜୋରାମରେ ୫,୦୦୦ କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପ ହାତକୁ ନେଇଛନ୍ତି ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ। ୨ କୋଟି ଟଙ୍କାରେ ୧୦ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଥିବା ବେଳେ ୫ ହଜାର କୋଟି ଟଙ୍କା ବିନିଯୋଗରେ ବୈରାବି-ସାଇରଙ୍ଗ ରେଳ ପ୍ରକଳ୍ପ ଆରମ୍ଭ ହୋଇଛି।

ସେହିପରି ୬୦୦ କୋଟି ଟଙ୍କା ବ୍ୟୟରେ ୧୬୪ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ଗବେଷଣା କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ୧୩୦୦ କୋଟି ଟଙ୍କାର ଟୁଇରିଆଲ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଛି। କନେକ୍ଟିଭିଟି ବଢାଇବା ପାଇଁ ସାରା ରାଜ୍ୟରେ ୩୧୪ଟି ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ଏକ ବିକଶିତ, ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁନ୍ଦର ମିଜୋରାମ ଗଠନ ପାଇଁ ଭାରତ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ କେନ୍ଦ୍ର ଗୃହମନ୍ତ୍ରୀ ଦୋହରାଇଥିଲେ।

ଅମିତ ଶାହ କେନ୍ଦ୍ର ଗୃହ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025
Latest News

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.