Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାରେ ୯୭ ପ୍ରତିଶତ ଧାନ କ୍ରୟ ଶେଷ
ଆଜିର ଖବର

ଗଞ୍ଜାମ ଜିଲ୍ଲାରେ ୯୭ ପ୍ରତିଶତ ଧାନ କ୍ରୟ ଶେଷ

March 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଦିନିଆ ବର୍ଷା ମାଡ଼ ପରେ ବଞ୍ଚିଥିବା ଫସଲ ସାଉଁଟି ଚାଷୀ ମଣ୍ଡିରେ ବିକ୍ରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୯ ହଜାର ୧୬୧ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ ଥିବା ମଣ୍ଡି ଗୁଡ଼ିକୁ ଅଚାନକ ପରିଦର୍ଶନରେ ଯାଇ ଧାନକ୍ରୟ ପ୍ରକ୍ରିୟାରୁ ଯେପରି ଚାଷୀ ବାଦ୍ ନ ପଡ଼ିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁ ବାଧାବିଘ୍ନ ସତ୍ତ୍ବେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ସରିଛି। ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ସୁବିଧା ପାଇଁ ଗତ ଡିସେମ୍ବର ୨୩ ବଦଳରେ ଜାନୁଆରି ୩ ତାରିଖରୁ ଧାନମଣ୍ଡି ଖୋଲିଥିଲା। କିନ୍ତୁ ବର୍ଷା ଜନିତ କ୍ଷୟକ୍ଷତି ଯୋଗୁଁ ଧାନକ୍ରୟ ପ୍ରକ୍ରିୟା ଆଗେଇ ପାରି ନଥିଲା ଜାନୁଆରି ତୃତୀୟ ସପ୍ତାହରୁ ଧାନକ୍ରୟ ଜୋର୍ ଧରିଥିଲ।

ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଧାନକ୍ରୟ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ସୂଚନା ଦେଇଛନ୍ତି। ଧାନକ୍ରୟ ସମୟରେ ଜିଲ୍ଲା ପ୍ରସଶସନ ପକ୍ଷରୁ ଧାନ ର ମାନକୁ କିଛିଟା କୋହଳ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ୨୦୨୪-୨୫ ଖରିପ୍ ପାଇଁ ଧାନ ବିକ୍ରି ନିମନ୍ତେ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ଧାନବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏହି ଚାଷୀଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪୪ ଲକ୍ଷ ୮୧ ହଜାର ୭୬୧ କ୍ରିଣ୍ଟ୍ରାଲ୍ ଧାନକ୍ରୟ କୋଟା ଆସିଥିଲା। ପରେ ଟାର୍ଗେଟ ବୃଦ୍ଧି ପାଇ ୬୦ ଲକ୍ଷ ୧୮ ହଜାର କ୍ରିଣ୍ଟ୍ରାଲ୍ କରାଯାଇଥିଲା।

ସେହିପରି ମୋଟ ୧ ଲକ୍ଷ ୬୪ ହଜାର ୮୬୯ ଟୋକନ୍ ଜାରି ହୋଇଥିବା ବେଳେ ୧ ଲକ୍ଷ ୬୩ ହଜାର ୧୯୫ ଟୋକନ୍‌ରେ ଧାନକ୍ରୟ ସରିଛି ଜିଲ୍ଲାର ପ୍ରାୟ ୯୬ ପ୍ରତିଶତ ଚାଷୀଙ୍କ ଠାରୁ ୫୮ଲକ୍ଷ ୪୬ ହଜାର କ୍ରିଣ୍ଟ୍ରାଲ୍ ଧାନ ସଂଗ୍ରହ କରାଯାଇଛି। କୌଣସି ଚାଷୀ ଯେପରି ସରକାରୀ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ନହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାରେ ବହୁ ଚାଷୀଙ୍କ ଟୋକନ୍ ଅବଧି ମଧ୍ୟ ବୃଦ୍ଧି କରାଯାଇଥିଲା। ଫଳରେ ଚାଷୀ ବେଶ ଉପକୃତ ହୋଇଛନ୍ତି। ଜିଲ୍ଲାର ବେଲଗୁଣ୍ଠା, ବୁଗୁଡ଼ା, ଭଞ୍ଜନଗର, ଚିକିଟି, ଧରାକୋଟ, ଦିଗପହଣ୍ଡି, ଜଗନ୍ନାଥପ୍ରସାଦ, ଖଲ୍ଲିକୋଟ, ପାତ୍ରପୁର ଭଳି ବ୍ଲକ୍‌ରେ ୯୯ ପ୍ରତିଶତ ଧାନକ୍ରୟ ସରିଲାଣି।

ଗଞ୍ଜାମ ଜିଲ୍ଲା ଧାନ କ୍ରୟ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026
Latest News

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.