ଦ୍ୱିତୀୟ ଥର WPL ଚାମ୍ପିଅନ୍ ହେଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ୍ ରେ ନିରାଶ

Published: Mar 15, 2025, 11:53 pm IST

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍ ହୋଇଛି। ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି 149 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ପର୍ଯ୍ୟନ୍ତ ଲଢିଥିଲା ମଧ୍ୟ ଟାର୍ଗେଟରୁ 8 ରନ୍ ଦୂରରେ ରହି ଯାଇଥିଲା। ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଜାରି ରହିଥିଲା। କିନ୍ତୁ କ୍ରମାଗତ ତୃତୀୟ ଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ ପାଇଁ ଟ୍ରଫି ହାସଲ କରିବାରେ ଅଧିନାୟକ ମେଗ ଲେନିଙ୍ଗ ବିଫଳ ହୋଇଛନ୍ତି।

WPL 2025 ଟୁର୍ଣ୍ଣାମେଣ୍ଟରେ ପିଛା କରି ଦଳ ପୁଣି ଥରେ ପରାସ୍ତ ହୋଇଛି। ଖରାପ ଆରମ୍ଭ ପରେ ଅଧିନାୟକ ହରମନପ୍ରୀତ କୌର ଏବଂ ନାଟ୍ ସାଇଭର ବ୍ରଣ୍ଟ 89 ରନର ସହଭାଗୀତା ସହ MI କୁ ସମସ୍ୟାରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଗୋଟିଏ ପଟେ ହରମନପ୍ରୀତ 66 ରନର ଅଧିନାୟକ ଇନିଂସ ଖେଳିଥିବା ବେଳେ ଅନ୍ୟ ପଟେ ସାଇଭର-ବ୍ରଣ୍ଟ 30 ରନର ଇନିଂସ ଖେଳିଥିଲେ। ସେପଟେ ଦିଲ୍ଲୀର ମାରିଜେନ୍ କେପ୍ ଏବଂ ଜେମିମା ରୋଡ୍ରିଗେଜଙ୍କ ବ୍ୟତୀତ କେହି ବଡ଼ ଇନିଂସ ଖେଳି ପାରିନଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ WPL ଟାଇଟଲ୍ ଜିତିଛି। ଏହାପୂର୍ବରୁ ମୁମ୍ବାଇ ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନରେ ବିଜେତା ହୋଇଥିଲା। ସେହି ମ୍ୟାଚ୍‌ରେ ଏମଆଇ ଦିଲ୍ଲୀକୁ 7 ୱିକେଟରେ ପରାସ୍ତ କରିଥିବାବେଳେ ଏଥର ଦିଲ୍ଲୀକୁ 8 ରନରେ ପରାସ୍ତ ହେବାକୁ ପଡିଛି।

Related posts