କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦିଆ ଯାଉଥିବା ସମ୍ମାନଜନକ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ଚଳିତ ବର୍ଷ ପାଇବେ ବାଙ୍ଗାଲୋରରେ ରହୁଥିବା ଓଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର। ଦୀର୍ଘ ବର୍ଷ ଧରି ମଧୁଲିତା ବାଙ୍ଗାଲୋର ରେ ଓଡିଶୀ ନୃତ୍ୟ ର ପ୍ରଚାର ପ୍ରସାର କରି ଆସୁଛନ୍ତି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ନୃତ୍ୟାନ୍ତର ଅନୁଷ୍ଠାନ ଓଡିଶୀ ନୃତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ରଖିଛି। ମଧୁଲିତା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ରେ ତାଙ୍କର ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଗୁରୁ ଗଙ୍ଗାଧର ପ୍ରଧାନ ଓ ଗୁରୁ ଅରୁଣା ମହାନ୍ତି ଙ୍କ ଠାରୁ ମଧୁଲିତା ଓଡିଶୀ ନୃତ୍ୟ ଶିକ୍ଷା କରିଛନ୍ତି।