
ଭୁବନେଶ୍ଵର: ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ନିମନ୍ତେ ୨୦୨୫-୨୬ ବର୍ଷ ପାଇଁ ଅନଲାଇନ ପ୍ରବେଶିକା ପରୀକ୍ଷାର ପଞ୍ଜିକରଣ ଆରମ୍ଭ ହୋଇଛି। ଗତ ୧୨ ତରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ପ୍ରାର୍ଥୀମାନେ www.joinindianarmy.nic.in ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।
ପଞ୍ଜିକରଣ ଏବଂ ଆବେଦନ ପ୍ରକ୍ରିୟାର ଭିଡିଓ ୱେବସାଇଟ୍ରେ ଉପଲବ୍ଧ ରହିଛି। ଅନଲାଇନ୍ ପ୍ରବେଶିକା ପରୀକ୍ଷା ପାଇଁ ୨୫୦ ଟଙ୍କାର ଶୁଳ୍କ ଧାର୍ଯ୍ୟ କରାଯାଇଛି।