Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶିଷ୍ଟ କବି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଓଷ୍ଟାର ଶୋକ
ଆଜିର ଖବର

ବିଶିଷ୍ଟ କବି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଓଷ୍ଟାର ଶୋକ

March 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ କବି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତଃ ରଥଙ୍କର ଆତ୍ମାର ସଦ୍‌ଗତି କାମନା କରିଛି। ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି ରମାକାନ୍ତ ରଥ ଉଜ୍ଜ୍ୱଳ ତାରକା ଭାବେ ଓଡ଼ିଶାବାସୀଙ୍କ ମାନସପଟ୍ଟରେ ସବୁଦିନ ପର୍ଯ୍ୟନ୍ତ ମନେ ରହିବେ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ମତବ୍ୟକ୍ତ କରିଛନ୍ତି।

ସୂଚନାଥାଉକି, ୧୯୭୪ ମସିହାରେ ଶ୍ରୀମତି ନନ୍ଦିନୀ ଶତପଥି ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ମୁଖ୍ୟ ଶାସନ ସଚିବଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ସମୟରେ ଶିକ୍ଷକ ମାନେ ଡାଇରେକ୍ଟ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ ଦରମା ପାଇଥିଲେ। ମୁଖ୍ୟପ୍ରଶାସକ ଥିଲେ ମଧ୍ୟ ତାଙ୍କର ବିନମ୍ରତା ଓ ସରଳପଣ ନିମନ୍ତେ ସେ ସମସ୍ତଙ୍କର ପ୍ରିୟ ଥିଲେ। ସ୍ୱର୍ଗତଃ ରଥ ୧୯୩୪ ମସିହା ଡିସେମ୍ବର ୧୭ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ।

ସେ ଇଂରାଜୀରେ ରେଭେନ୍‌ସା କଲେଜରୁ ଏମ୍‌.ଏ. ଡିଗ୍ରୀ ହାସଲ କରିଥିଲେ। ୧୯୫୭ ମସିହାରେ ସେ ଭାରତୀୟ ପ୍ରାସାଶନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ। “କେତେଦିନର’, “ସନ୍ଦିଗ୍ଧ ମୃଗୟା”, “ସପ୍ତମଋତୁ”, “ସଚିତ୍ର ଅନ୍ଧାର” ଓ “ଶ୍ରୀରାଧା” ଆଦି କବିତା ସଂକଳନ ନିମନ୍ତେ ସେ ବେଶ୍ ପରିଚିତ ଥିଲେ । ତାଙ୍କ କବିତା ସଂକଳନ “ସପ୍ତମଋତୁ’ ପାଇଁ ୧୯୭୮ ମସିହାରେ ସେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ ମସିହାରେ “ଶ୍ରୀରାଧା” କବିତା ସଂକଳନ ନିମନ୍ତେ ସରସ୍ୱତୀ ସମ୍ମାନ, ୨୦୦୬ ମସିହାରେ ପଦ୍ମଶ୍ରୀ ଉପାଧି, ୨୦୧୮ରେ ଅତିବଡ଼ୀ ଜଗନ୍ନାଥ ସମ୍ମାନ ପାଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ସାରସ୍ୱତ ଜଗତରେ ଶୋକର ଛାୟା ଖେଳି ଯାଇଛି।

ତାଙ୍କର ଦେହାନ୍ତ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଓଷ୍ଟାର ଶୋକ ରମାକାନ୍ତ ରଥ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026
Latest News

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.