ସ୍ମାର୍ଟ ସିଟିରେ ବେଧଡ଼କ ଭାବେ ନିଶା କାରବାର ଚାଲିଛି। ଆଜି ପୁଣି ଭୁବନେଶ୍ୱରର ୩୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ରାଜଧାନୀ ଭୁବନେଶ୍ୱର ବର୍ତ୍ତମାନ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଲାଣି। କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ କ୍ରାଇମବ୍ରାଞ୍ଚ ଏସଟିଏଫ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ତିନିଜଣ ଅନ୍ତରାଷ୍ଟୀୟ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି। ଏହି ନିଶା ବେପାରୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଗୁଡ଼ିକୁ ବ୍ରାଉନସୁଗାର ଚାଲାଣ କରୁଥିଲେ। ଏହା ସହ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି। ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।