ପେରୁର ପୂର୍ବତନ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଟୋଲେଡୋଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଗିରଫ କରିଛି। ଟୋଲେଡୋଙ୍କୁ ଗିରଫ କରାଯିବା ପରେ ପେରୁକୁ ପ୍ରତ୍ୟର୍ପଣ କରାଯାଇଛି। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପେରୁର ରାଷ୍ଟ୍ରପତି ରହିଥିବା ୨୦ ମିଲିୟନ୍ ଡଲାରର ଉତ୍କୋଚ ନେଇଥିବା ଅଭିଯୋଗ ଆସିଥିଲା। ଏକ ବ୍ରାଜିଲିଆନ୍ ନିର୍ମାଣକାରୀ କମ୍ପାନୀ ନିକଟରୁ ଏହି ଅର୍ଥ ନେଇଥିଲେ ଆଲେଜାଣ୍ଡ୍ରୋ ଟୋଲେଡୋ। ୭୩ ବର୍ଷୀୟ ଟୋଲେଡୋଙ୍କ ପ୍ରତ୍ୟର୍ପଣ ନେଇ ପେରୁ ପକ୍ଷରୁ ବିଗତ ଏକ ବର୍ଷ ହେବ ଅନୁରୋଧ କରାଯାଇଥିଲେ ମଧ୍ୟ ଆମେରିକା ଏହାକୁ ପ୍ରତ୍ୟାଖ୍ୟାନ କରୁଥିଲା। ଗତକାଲି କାଲିଫର୍ଣ୍ଣିଆରୁ ଟୋଲେଡୋଙ୍କୁ ଗିରଫ କରାଯାଇଛି। ପେରୁରେ ପହଞ୍ଚିବା ପରେ ଆସନ୍ତା ସପ୍ତାହରୁ ଟୋଲେଡୋଙ୍କ ବିପକ୍ଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପେରୁର ଆଇନ ମନ୍ତ୍ରୀ ଭିନସେଣ୍ଟେ ଜେବାଲ୍ଲୁସ୍ ସୂଚନା ଦେଇଛନ୍ତି।