Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ଜଟିଳ ଫୁସ୍‌ଫୁସ୍ କର୍କଟ ରୋଗୀଙ୍କର ବିରଳ ଶଲ୍ୟ ଚିକିତ୍ସା
ଆଜିର ଖବର

ସମ୍ ହସ୍ପିଟାଲରେ ଜଟିଳ ଫୁସ୍‌ଫୁସ୍ କର୍କଟ ରୋଗୀଙ୍କର ବିରଳ ଶଲ୍ୟ ଚିକିତ୍ସା

March 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଫୁସ୍‌ଫୁସ୍‌ରେ କର୍କଟ ରୋଗ ଭଳି ଗଭୀର ସମସ୍ୟା ଥିବା ସତ୍ତ୍ୱେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର ବିରଳ ତଥା ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି।
ମହିଳା ଜଣକ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ତାଙ୍କ କାଶରେ ରକ୍ତ ପଡୁଥିଲା। ଅନ୍ୟ ଡାକ୍ତରଖାନାରେ ତାଙ୍କୁ ଯକ୍ଷ୍ମା ହୋଇଛି ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଚିକିତ୍ସା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲକୁ ଆସିଥିଲେ।

ସମ୍ ହସ୍ପିଟାଲର ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା ଓ ପ୍ରଫେସର ରାକ୍ଷୀ ଲୁଦାମ୍ ତାଙ୍କର ପରୀକ୍ଷା କରିବା ପରେ ତାଙ୍କର ସମସ୍ୟା ଯକ୍ଷ୍ମା ନୁହେଁ ମାତ୍ର ଫୁସ୍‌ଫୁସ୍‌ରେ କର୍କଟ ବୋଲି ଜଣାପଡିଥିଲା। ତାଙ୍କୁ ଅଙ୍କୋସର୍ଜରୀ ବିଭାଗରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା।

ଅଙ୍କୋସର୍ଜରୀ ବିଭାଗର ମୁଖ୍ୟ ଡ. ସୁନୀଲ ଅଗ୍ରୱାଲଙ୍କ କହିବା ଅନୁଯାୟୀ ରୋଗୀଙ୍କର ବାମ ପାଶ୍ୱର୍ ଫୁସ୍‌ଫୁସ୍‌ରେ ମ୍ୟୁକୋଏପିଡରମଏଡ କ୍ୟାନସର ହୋଇଥିବା ଜଣାପଡିଲା ପରେ ଏହାର ଶଲ୍ୟ ଚିକିତ୍ସା ନିମନ୍ତେ ପ୍ରସ୍ତୁତି ହୋଇଥିଲା। ଏହି ପ୍ରକାର କର୍କଟ ୨୦ ଲକ୍ଷରେ ଜଣେ ଲୋକକୁ ହୋଇଥାଏ ବୋଲି ଡ. ଅଗ୍ରୱାଲ କହିଛନ୍ତି।

ଏହି ଅସ୍ତ୍ରୋପଚାର ପ୍ରାୟ ୫ ଘଂଟା ଧରି ହୋଇଥିଲା ଏବଂ ଏଥିରେ ତାମିଲନାଡୁସ୍ଥିତ ଥଙ୍ଗମ କ୍ୟାନସର ସେଂଟରର ବିଶେଷଜ୍ଞ ଡ. ସରଭାନା ରାଜାମନିକମ ସାମିଲ ହୋଇଥିଲେ। ଡାକ୍ତର ରାଜାମନିକମ ଫୁସ୍‌ଫୁସ୍ କର୍କଟ ଚିକିତ୍ସାରେ ଜଣେ ବିଶିଷ୍ଟ ବିଶେଷଜ୍ଞ ଭାବେ ପରିଚିତ।

ଏହି ପ୍ରକାର ଅସ୍ତ୍ରେପଚାରରେ ଚୀନ ସ୍ଥିତ ସାଂଘାଇ ଠାରେ ବିଶେଷ ତାଲିମ ପାଇଥିବା ଡାକ୍ତର ଅଗ୍ରୱାଲ କହିଲେ ସମ୍ ହସ୍ପିଟାଲ କର୍ତୃପକ୍ଷ ଏହି ଅସ୍ତ୍ରୋପଚାର ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ପୂର୍ବରୁ ଯୋଗାଡ କରି ରଖିଥିବାରୁ ଏହା ସମ୍ଭବ ହୋଇପାରିଲା। ଏଥି ନିମନ୍ତେ ସେ ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅସ୍ତ୍ରେପଚାରର ୭ ଦିନ ପରେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା।
ଏହି ଅସ୍ତ୍ରୋପଚାରରେ କ୍ରିଟିକାଲ କେୟାର ବିଭାଗର ପ୍ରଫେସର (ଡାକ୍ତର)ସନ୍ତୋଷ ସିଂହ, ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ଶାଶ୍ୱତ ପଟ୍ଟନାୟକ, ଅଙ୍କୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଦାମ ଷଡଙ୍ଗୀ, ଡାକ୍ତର ସ୍ନେହାଶିଷ ପ୍ରଧାନ ଓ ଡାକ୍ତର ଶ୍ୟାମ ହରିଚନ୍ଦନ ଓ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅମିତ ସାମଲ ସାମିଲ ଥିଲେ।

ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026
Latest News

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.