Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଉ: ଓଷ୍ଟା
ଆଜିର ଖବର

ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଉ: ଓଷ୍ଟା

March 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଓ ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବାରୁ ସ୍କୁଲ ସମୟକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ସୂଚନାଥାଉକି, ସାରା ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ପ୍ରଚଣ୍ଡ ତାତି ଅନୁଭୂତ ହେଲାଣି। ଦିନକୁ ଦିନ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସହରରେ ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ସକାଳ ୧୧ ଘଟିକା ପରେ ବାହାରକୁ ବାହାରିବା ଯନ୍ତ୍ରଣାଦାୟକ ଅନୁଭୂତ ହେଉଛି। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି। ଏବେ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକର ତାପମାତ୍ରା ବୃଦ୍ଧିପାଇ ୪୨ ଡିଗ୍ରୀ ରୁ ୪୩ ଡିଗ୍ରୀ ରେ ପହଞ୍ଚିଲାଣି।

ଏପରିକି ଉପକୂଳ ଅଞ୍ଚଳରେ ମଧ୍ୟ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀରେ ପହଞ୍ଚିଲାଣି। ବିଭିନ୍ନ ସ୍ଥାନରେ ପ୍ରାର୍ଥନା କ୍ଲାସ୍‌ରେ ମଧ୍ୟ ପ୍ରଚଣ୍ଡ ରୌଦ୍ର ତାପରେ ପିଲାମାନଙ୍କର ମୁଣ୍ଡ ବୁଲାଇ ହୋଇ ପଡ଼ିଯିବା ନଜରକୁ ଆସିଛି। ଓଡ଼ିଶାର ସମସ୍ତ ସ୍କୁଲ ଘର ଏବେବି ୫-ଟି ରେ ଅୁନ୍ତର୍ଭୁକ୍ତ ହୋଇ ନାହାନ୍ତି। ଆଜବେଷ୍ଟସ୍ କିମ୍ବା ଏକ ମହଲା ଛାତ ବିଶିଷ୍ଟ ଗୃହରେ ପାଠପଢ଼ା ଚାଲିଛି।

ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗର ସୁବିଧା ହୋଇ ନାହିଁ। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ କୌଣସି ସରକାରୀ ଅର୍ଥରାଶି ମିଳୁ ନଥିବାରୁ ବିଦ୍ୟୁତ୍ ବିଲ୍ ପୈଠ ହୋଇପାରୁ ନାହିଁ। ତେଣୁ ବିଭିନ୍ନ ବିଦ୍ୟାଳୟରେ ବକେୟା ବିଦ୍ୟୁତ୍ ଅର୍ଥରାଶି ପ୍ରଦାନ ନକରିଥିବାରୁ ସଂଯୋଗ ବିଚ୍ଛିନ୍ନ ହୋଇଅଛି। ଅନେକ ସ୍ଥାନରେ ପଙ୍ଖାଗୁଡ଼ିକ ମଧ୍ୟ ଅଚଳ ଅବସ୍ଥାରେ ରହିଛି। କେତେକ ବିଦ୍ୟାଳୟରେ ମଧ୍ୟ ପାନୀୟ ଜଳର ସୁବିଧା ନାହିଁ। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଥିବା ପ୍ରଚଣ୍ଡ ରୌଦ୍ରତାପରୁ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ପାଇଁ ବିଦ୍ୟାଳୟ ଗୁଡ଼ିକୁ ୧୦ଟାରୁ ୪ଟା ପରିବର୍ତ୍ତେ ସକାଳୁଆ କରିବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ କରାଯାଇଅଛି।

ଏଣୁ ଏହି ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ଓ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ସମୟକୁ ସକାଳୁଆ କରାଯିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.