Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ କର୍ମଚାରୀଙ୍କୁ ମିଳୁ ସ୍ୱାସ୍ଥ୍ୟ ବୀମା: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ଦାବି 
ଆଜିର ଖବର

ସରକାରୀ କର୍ମଚାରୀଙ୍କୁ ମିଳୁ ସ୍ୱାସ୍ଥ୍ୟ ବୀମା: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ଦାବି 

March 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ୍ମାନ କାର୍ଡ
ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ ଗ୍ରହଣ କର ନାହିଁ କି ଆପଣଙ୍କ ଆୟୁଷ୍ମାନ କାର୍ଡ, ଜାଣନ୍ତୁ କ'ଣ କରିବେ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା କରିବା ସରକାରଙ୍କ ପ୍ରାଥମିକତା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ।

ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ଅନୁସାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ଓଡ଼ିଶାର ୩. ୫ କୋଟି ଲୋକ ପାଇବାକୁ ଯାଉଛନ୍ତି ଫଳରେ ରାଜ୍ୟରେ ଜଣେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଟେ ତାର ପରିବାର ଲୋକଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ଡାକ୍ତରଖାନା ଗୁଡ଼ିକରେ ନିର୍ଦ୍ଵନ୍ଦରେ ଚିକିତ୍ସିତ କରାଇପାରିବେ। କିନ୍ତୁ ଅତି ଦୁଃଖର ସହ କହୁଛୁକି ଜଣେ ସରକାରୀ କର୍ମଚାରୀ ସେପରି ଚିକିତ୍ସା ସୁବିଧାର ଲାଭ ଉଠେଇବା ସ୍ବପ୍ନ ମାତ୍ର।

ରାଜ୍ୟ ସରକାର, ସରକାରୀ କର୍ମଚାରୀ ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସବୁ ପରିବାରକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା GJAY ସ୍କିମ ଅଧୀନରେ ଅନ୍ତର୍ଭୂକ୍ତ କରିଛନ୍ତି। କିନ୍ତୁ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ କାର୍ଡ ପାଇଁ ରାଜ୍ୟର ସରକାରୀ କର୍ମଚାରୀମାନେ ଅପେକ୍ଷାରତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଏଥି ନିମନ୍ତେ କୌଣସି ପଦକ୍ଷେପ ନ ନେବା କର୍ମଚାରୀ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଲାଗୁ କରିବା ସହ ନିଜର ଉଦାରତା ଓ ଭଲପାଇବା କର୍ମଚାରୀଙ୍କ ପ୍ରତି ଦେଖାଇବେ ବୋଲି ଓଡ଼ିଶାରେ କାମ କରୁଥିବା ୪୨ ବିଭାଗର ୫ ଲକ୍ଷ କର୍ମଚାରୀ ଓ ୩. ୫ ଲକ୍ଷ ଅବସର କର୍ମଚାରୀ ଓ ସେମାନଙ୍କ ପରିବାର ଗଣମାଧ୍ୟମ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସଂଗଠନର ରାଜ୍ୟ ସଭାପତି ବିଜୟ ମଲ୍ଲ ଅନୁରୋଧ କରିଛନ୍ତି

ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସମସ୍ତ ବିଭାଗର ସଚିବଙ୍କୁ ଅନୁରୋଧ କରି ଓଡ଼ିଶାର କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟବୀମା ଲାଗୁକରିବା ଲାଗି ସଂଗଠନର ରାଜ୍ୟ ନେତୃତ୍ୱ ଅଶ୍ୱିନୀ ଦାସ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଦୀପ ପ୍ରଧାନ, ରଶ୍ମି ରଞ୍ଜନ ପାଢ଼ୀ, କ୍ଷିତୀଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ଅନ୍ତର୍ଯ୍ୟାମୀ ଲେଙ୍କା, ଶିବ ଶଙ୍କର ସାହୁ ଏବଂ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି।

ଗୌତମ ବୁଦ୍ଧ ଦାସ ସ୍ୱାସ୍ଥ୍ୟ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026
Latest News

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.