ବହୁଚର୍ଚ୍ଚିତ କର୍ଣ୍ଣାଟକ ରାଜନୀତି ନେଇ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଆସିଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ ନିମନ୍ତେ ବିଧାୟକମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହା ସହିତ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା ନିମନ୍ତେ ବାଚସ୍ପତିଙ୍କ ଉପରେ ମଧ୍ୟ ଚାପ ପକାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୫ ଜଣ ଜେଡିଏସ୍ ଏବଂ କଂଗ୍ରେସ ବିଧୟକଙ୍କ ଇସ୍ତଫା ପରେ ସଂଖ୍ୟାଲଘୁ ହୋଇ ପଡିଛି କୁମାରସ୍ବାମୀ ସରକାର। ବାଚସ୍ପତି କେ ଆର ରମେଶ ଏହି ପ୍ରସଙ୍ଗ ଉପରେ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତି ପରେ ବିଜେପି ଆସ୍ଥା ଭୋଟରେ ବିଜୟୀ ହେବ ବୋଲି ମତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।