
ଭୁବନେଶ୍ବର: ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ବ। ତେବେ ତାହା କୌଣସି ଦଳୀୟ ଦାୟିତ୍ବ ନୁହେଁ। ବରଂ ସେ ଓଡିଶା ଅଲମ୍ପିକ୍ସ ଆସୋସିଏସନର ସଭାପତି ହୋଇଛନ୍ତି। ଏହି ସଂଘ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ଏଥିରେ ସଭାପତି ଭାବେ ସମୀର ମହାନ୍ତି ଏକା ନାମାଙ୍କନ ଦାଖଲ କରିଥିଲେ। ଫଳରେ ତାଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି।
ସେହିପରି ଏହି ସଂଘର ପୂର୍ବରୁ ସଂପାଦକ ଥିବା ଅଭିଜିତ ପାଲ ମଧ୍ୟ ଏଥର ସେହି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ପାଲ ଜଣ କ୍ରୀଡା ସଂଗଠକ ଭାବେ ବେଶ ପରିଚିତ। ସମୀର ବର୍ତ୍ତମାନ ଭୁବନେଶ୍ବର ଜିଲ୍ଲା ଦୌଡକୂଦ ସଂଘର ପ୍ରତିନିଧିତ୍ବ କରୁଛନ୍ତି।