
ଭୁବନେଶ୍ବର: ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି ସ୍ବର୍ଗତ ନବ ଦାସଙ୍କ ପତ୍ନୀ ଓ ପୁଅଝିଅ। ପୂର୍ବରୁ ବିଜେପି ନେତାମାନେ ସିବିଆଇ ତଦନ୍ତ କରାଯିବ ବୋଲି ଦାବୀ କରୁଥିଲେ। ନବ ଦାସଙ୍କ ପରିବାର ଲେଖିକି ଦେଲେ ସେହି ବଡ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବ। ତାହାକୁ ଦୃଷ୍ଟିରେ ରଖି ନବ ଦାସଙ୍କ ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବୀ କରିଛନ୍ତି।
ତେବେ ଏହି ସାକ୍ଷାତକାରାକୁ ନେଇ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ତାଙ୍କ ସମାଜିକ ଗଣମାଧ୍ୟମରେ ନିଜର ବୟାନ ଉପସ୍ଥାପିତ କରିଛନ୍ତି। ସେ ଲେଖିଛନ୍ତି ଯେ, ମୋର ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କୁ ସାକ୍ଷାତ କରି ସପରିବାର ଅନୁରୋଧ କଲୁ। ଆମର ଅନୁରୋଧ ଶୁଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆଶା କରୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସିବିଆଇକୁ ତଦନ୍ତ ପ୍ରକ୍ରିୟା ହସ୍ତାନ୍ତର କରିବେ।