Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»PSL କୁ ପ୍ରତ୍ୟାଖାନ କଲେ ମୁମ୍ବାଇ ଇଣ୍ଡିଆନ୍ସ ର ଏହି ଖେଳାଳି: ନୋଟିସ ପଠାଇଲା ପାକିସ୍ତାନ କ୍ରିକେଟ ବୋର୍ଡ
ଆଜିର ଖବର

PSL କୁ ପ୍ରତ୍ୟାଖାନ କଲେ ମୁମ୍ବାଇ ଇଣ୍ଡିଆନ୍ସ ର ଏହି ଖେଳାଳି: ନୋଟିସ ପଠାଇଲା ପାକିସ୍ତାନ କ୍ରିକେଟ ବୋର୍ଡ

March 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମ୍ପ୍ରତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କର୍ବିନ ବୋଶ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ଼ ଝଟକା ଦେଇଛନ୍ତି। ବାସ୍ତବରେ, କର୍ବିନ ବୋଶ ପାକିସ୍ତାନ ସୁପର ଲିଗକୁ ପ୍ରତ୍ୟାଖ୍ୟାନ କରି ଆଇପିଏଲରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିଲା। ତେଣୁ, PCB କରବିନ୍ ବୋଶଙ୍କୁ ନୋଟିସ୍ ପ୍ରଦାନ କରିଛି। ବର୍ତ୍ତମାନ ପାକିସ୍ତାନ ସୁପର ଲିଗ୍ ପରିବର୍ତ୍ତେ ଆଇପିଏଲକୁ ଗୁରୁତ୍ୱ ଦେବା ଉପରେ କର୍ବିନ୍ ବୋଶ ନିଜର ମତ ଦେଇଛନ୍ତି। କର୍ବିନ ବୋଶ କହିଛନ୍ତି ଯେ, ସେ ପାକିସ୍ତାନ ସୁପର ଲିଗକୁ ଅପମାନିତ କରିନାହାଁନ୍ତି, କିନ୍ତୁ ତାଙ୍କର ଉନ୍ନତ କ୍ୟାରିଅରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।

କର୍ବିନ ବୋଶ କହିଛନ୍ତି ଯେ, ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ମୋ କ୍ୟାରିୟରକୁ ବହୁତ ସହାୟକ ହେବ। ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାଞ୍ଚାଇଜ୍ ବିଶ୍ୱ ସ୍ତରରେ ରହିଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ପାକିସ୍ତାନ ସୁପର ଲିଗକୁ ଅପମାନିତ କରିନାହିଁ, କିନ୍ତୁ ମୋର ଭଲ କ୍ୟାରିଅରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଲିଜାର୍ଡ ୱିଲିୟମ୍ସଙ୍କ ବଦଳରେ କର୍ବିନ ବୋଶଙ୍କୁ ଦଳର ସାମିଲ କରିଥିଲା। ଏହା ପରେ କର୍ବିନ ବୋଶ ପାକିସ୍ତାନ ସୁପର ଲିଗର ଅଫରକୁ ପ୍ରତ୍ୟାଖ୍ୟାନ କରି ଆଇପିଏଲ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏଥି ସହ ଏହାର ଉତ୍ତରରେ ପାକିସ୍ତାନ କ୍ରିକେଟ୍ ବୋର୍ଡ କର୍ବିନ ବୋଶଙ୍କୁ ଏକ ନୋଟିସ ପ୍ରଦାନ କରିଛି।

କର୍ବିନ ବୋଶଙ୍କ କ୍ୟାରିୟର:

ଏପର୍ଯ୍ୟନ୍ତ କରବିନ୍ ବୋଶ ୧ ଟି ଟେଷ୍ଟ ବ୍ୟତୀତ ୨ ଟି ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ୱ କରିଛନ୍ତି। ଟେଷ୍ଟ ଫର୍ମାଟରେ କର୍ବିନ ବୋଶ ୮୧ ରନ ସ୍କୋର କରିଛନ୍ତି। ଏହା ବ୍ୟତୀତ ୫ ୱିକେଟ୍ ନେଇଥିଲେ। ଏଥି ସହିତ ODI ଫର୍ମାଟରେ ୫୫ ରନ୍ ସ୍କୋର କରିବା ବ୍ୟତୀତ ସେ ୨ ୱିକେଟ୍ ନେଇଛନ୍ତି। ବାସ୍ତବରେ, କର୍ବିନ୍ ବୋଶ ତାଙ୍କର ଅଲରାଉଣ୍ଡ୍ ଖେଳ ଦ୍ଵାରା ସମସ୍ତଙ୍କୁ ବହୁତ ପ୍ରଭାବିତ କରିଛନ୍ତି। ତେଣୁ କର୍ବିନ୍ ବୋଶ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିଜର ଛାପ ଛାଡିପାରନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ, ଆଇପିଏଲରେ କର୍ବିନ୍ ବୋଶ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ବାକି ରହିଲା।

Corbin Bosch IPL 2025 mumbai indians pcb PSL 2025
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.