ହାଫିଜ୍‌ ସଇଦ୍‌କୁ ଗିରଫ କଲା ପାକିସ୍ତାନ

Published: Jul 17, 2019, 1:05 pm IST
Pak Authority Charges Hafiz Saeed For "Terror Financing"

ବିଶ୍ବ ଆତଙ୍କବାଦୀ ତାଲିକାରେ ରହିଥିବା କୁଖ୍ୟାତ ହାଫିଜ୍‌ ସଇଦ୍‌କୁ ପାକିସ୍ତାନରେ ଗିରଫ କରାଯାଇଛି । 26/11 ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌କୁ ମେ ମାସରେ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିଲା । ଲାହୋରରୁ ଗୁଜରାନଓ୍ବାଲା ଯାଉଥିବା ସମୟରେ ପାକିସ୍ତାନ ଅର୍ଥନୈତିକ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବୁଧବାର ଦିନ ହାଫିଜ୍‌ ସଇଦ୍‌କୁ ଗିରଫ କରାଯାଇଥିଲା । ଜମାତ୍‌ ଉଦ୍‌ ଦଓ୍ବାର ମୁଖ୍ୟ ହାଫିଜ୍‌କୁ ବିଚାର ବିଭାଗୀୟ ହାଜତକୁ  ପଠାଇ ଦିଆଯାଇଛି । ବିଭିନ୍ନ ଅର୍ଥନୈତିକ ହେରଫେର ମାମଲା ଏବଂ ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ ହଫିଜ୍‌କୁ ଗିରଫ କରାଯାଇଛି ।

Related posts