Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନ ଆଚାର୍ଯ୍ୟଙ୍କ ବିନା ପାରିଶ୍ରମିକରେ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ସମନ୍ୱୟ ସମିତି
ଆଜିର ଖବର

ପ୍ରଧାନ ଆଚାର୍ଯ୍ୟଙ୍କ ବିନା ପାରିଶ୍ରମିକରେ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ସମନ୍ୱୟ ସମିତି

March 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟ ବିବେଚିତ ୪୧ ସଂସ୍କୃତ ବିଦ୍ୟାଳୟ ବର୍ଗର ପ୍ରଧାନ ଆଚାର୍ଯ୍ୟ ବିନା ପାରିଶ୍ରମିକରେ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ସାଧାରଣ ସଂପାଦକ ତଥା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଓଡ଼ିଶାରେ ୧୯୪ଟି ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟ, ୨୮ଟି ନିମ୍ନ ମାଧ୍ୟମିକ ବିଦ୍ୟାଳୟ ଓ ୪୧ଟି ସଂସ୍କୃତ ବିଦ୍ୟାଳୟ ସମସ୍ତ ସରକାରୀ ନିୟମକୁ ପାଳନ କରି ଅନୁଦାନ ପାଇବା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ସରକାରଙ୍କ ବୈମାତୃକ ଭାବ ଓ କାଳକ୍ଷେପଣ ନୀତି ଯୋଗୁ ଅଦ୍ୟାବଧି ଅନୁଦାନ ପାଇ ନାହାଁନ୍ତି। ଏହି ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ  ଶିକ୍ଷକ ଶିକ୍ଷାକର୍ମଚାରୀମାନଙ୍କୁ ସରକାର ଅଣଦେଖା କରି ଅନୁଦାନ ପ୍ରଦାନରୁ ବଞ୍ଚିତ କରିବା ଫଳରେ ସଂପୃକ୍ତ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ମୃତ୍ୟୁବରଣ କରିବା ଓ ବିନା ପାରିଶ୍ରମିକରେ ଅବସର ନେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।

ସୂଚନାଥାଉକି, ଦେବଗଡ଼ ଜିଲ୍ଲା ଅଧିନସ୍ଥ ଲଳିତା ଅନନ୍ତ ଋଷିକୁଳ ସଂସ୍କୃତ ବିଦ୍ୟାଳୟ, ନୂଆପଡ଼ାର ପ୍ରଧାନ ଆଚାର୍ଯ୍ୟ ସୁରେଶ ସାହୁଙ୍କର ଦେହାନ୍ତ ହୋଇଛି। ଏହି ବିଦ୍ୟାଳୟଟି ୪୧ ସଂସ୍କୃତ ବିଦ୍ୟାଳୟ ମଧ୍ୟରୁ ଗୋଟିଏ ବିଦ୍ୟାଳୟ ଅଟେ। ଜୀବନର ସମସ୍ତ ମୂଲ୍ୟବାନ ସମୟ ଶିକ୍ଷାୟତନ ପାଇଁ ବିନିଯୋଗ କରି, ୨୫ ରୁ ୩୦ ବର୍ଷ କାଳ ବିନା ପାରିଶ୍ରମିକରେ କାର୍ଯ୍ୟକରି, ଶାରୀରିକ ଭାବରେ ଅସୁସ୍ଥ ହୋଇ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ସମ୍ବାଦ ରାଜ୍ୟର ଅଗଣିତ ଶିକ୍ଷକ, ଶିକ୍ଷିକା, ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି।

ରାଜ୍ୟର ୧୯୪ଟି ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟ, ୨୮ଟି ନିମ୍ନ ମାଧ୍ୟମିକ ବିଦ୍ୟାଳୟ ଓ ଏହି ୪୧ ବର୍ଗର ବିଦ୍ୟାଳୟଗୁଡ଼ିକ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏବେବି ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି। ୨୦୦୦ ମସିହା ପୂର୍ବରୁ ଖୋଲିଥିବା ପଞ୍ଚାୟତର ଦ୍ୱିତୀୟ ଓ ତୃତୀୟ ବିଦ୍ୟାଳୟଗୁଡ଼ିକ ୨୦୦୮ରେ ଅଷ୍ଟମ ରେକଗ୍‌ନିସନ(ସ୍ୱୀକୃତି) ଓ ପଞ୍ଚାୟତର ପ୍ରଥମ ବିଦ୍ୟାଳୟଗୁଡ଼ିକ ୨୦୧୧ରେ ଅଷ୍ଟମ ସ୍ୱୀକୃତୀ ପାଇ ୨୦୧୩ ମସିହା ସୁଦ୍ଧା ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ମାତ୍ର ଏହି ବିଦ୍ୟାଳୟଗୁଡ଼ିକ ୨୦୧୩ ମସିହା ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିଲେ। ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିଯାଇଛି ଓ ଏହି ବିଦ୍ୟାଳୟଗୁଡ଼ିକ ୨୦୧୫ ବିଜ୍ଞପ୍ତି ଅନୁସାରେ ୩୧.୦୩.୨୦୧୩ ପରେ ସରକାରଙ୍କର ସମସ୍ତ ନୀତି ନୀୟମ ପୂରଣ କରିଥିଲେ ସୁଦ୍ଧା ସେମାନଙ୍କୁ ଟଙ୍କାଟିଏ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ମାନସିକ ଚାପ, ପାରିବାରିକ ଅଶାନ୍ତି ଓ ଅଭାବ ଅନଟନରୁ ନିଜକୁ ବଞ୍ଚାଇବା ପାଇଁ ଜୀବନ ତମାମ୍ ସଂଗ୍ରାମ କରି ବିଦ୍ୟାଳୟରେ କାର୍ଯ୍ୟକରି ଶେଷରେ ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବ ସହିତ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିବା ଏକ ସମ୍ବେଦନଶୀଳ ଘଟଣା।

ରାଜ୍ୟର ୧୯୪ ବର୍ଗ  ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ୪୧ଟି ସଂସ୍କୃତ ବିଦ୍ୟାଳୟ, ୨୮ଟି ନିମ୍ନ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ସରକାରଙ୍କ ପକ୍ଷରୁ ଅନ୍ୟବିଦ୍ୟାଳୟମାନଙ୍କ ପରି ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ପାଠ୍ୟଉପକରଣ, ପୋଷାକ ପତ୍ରର କୌଣସି ସୁବିଧା ମିଳୁନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ହାତରୁ ଏହାକୁ ଯୋଗାଇ ଅର୍ଥବ୍ୟୟ କରନ୍ତି, ଯାହାକି ସେମାନଙ୍କ ପକ୍ଷରେ ଭରଣା କରିବା ସମ୍ଭବ ହେଉ ନାହିଁ। ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସୁବିଧା ନମିଳିବା ଏବଂ ସରକାରୀ, ବେସରକାରୀ ଓ ଅନୁଦାନଯୋଗ୍ୟ ବିଦ୍ୟାଳୟର ପିଲାମାନଙ୍କ ମନରେ ବାଛବିଚାର ସୃଷ୍ଟି କରିବା ଅତ୍ୟନ୍ତ ଦୁଃଖଦାୟକ। ଏହି ଯୋଗ୍ୟବିବେଚିତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରାଗଲେ ଆଜିସୁଦ୍ଧା ଯେଉଁ ଶିକ୍ଷକମାନେ ଶୂନ୍ୟ ହସ୍ତରେ ମୃତ୍ୟୁବରଣ କରିଛନ୍ତି ବା ଅବସର ନେଇଛନ୍ତି ଆଗାମୀ ଦିନରେ ଏହାର ପୁନରାବୃତ୍ତି ନଘଟୁ ବୋଲି ସଂଗଠନ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ଅଛି।

ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଅନୁଦାନ ପ୍ରତ୍ୟାଶୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରି ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସହିତ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ମୁଁହରେ ହସ ଫୁଟାନ୍ତୁ ବୋଲି ସମନ୍ୱୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ଆବାହକ ରଞ୍ଜନ କୁମାର ଦାଶ, ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦାବୀ କରିଛନ୍ତି।

ଓଷ୍ଟା ସମନ୍ୱୟ ସମିତି ସଂସ୍କୃତ ବିଦ୍ୟାଳୟ ବର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.