ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଜନ୍ମ ଦିନ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Published: Mar 22, 2025, 1:38 pm IST

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ଜନ୍ମ ଦିନ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜୁଏଲ 1961 ମସିହା ମାର୍ଚ୍ଚ 22 ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି। ସେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।

ତାଙ୍କ ଜନ୍ମଦିନ ଅଭିନନ୍ଦନରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, Birthday wishes to Union Minister Shri Jual Oram Ji. He is making exceptional efforts to empower the tribal communities and ensure that their dreams are fulfilled. Praying for his long and healthy life.

ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତା ତଥା ରାଜ୍ୟ ନେତା ମଧ୍ୟ ଜୁଏଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts