
ନୂଆଦିଲ୍ଲୀ: ପ୍ରତିବର୍ଷ ରାମ ନବମୀ ପର୍ବ ଚୈତ୍ର ମାସର ଶୁକ୍ଲା ପକ୍ଷର ନବମ ତିଥିରେ ପାଳନ କରାଯାଏ। ବିଶ୍ଵାସ କରାଯାଏ ଯେ, ଭଗବାନ ରାମ ଅଶୁରମାନଙ୍କୁ ବଧ କରିବା ଏବଂ ଜଗତକୁ ନକାରାତ୍ମକ ଶକ୍ତିରୁ ମୁକ୍ତ କରିବା ପାଇଁ ଜନ୍ମ ହୋଇଥିଲେ। ପ୍ରଭୁ ବିଷ୍ଣୁ ରାଜା ଦଶରଥଙ୍କ ପତ୍ନୀ କୌଶଲ୍ୟାଙ୍କ ଗର୍ଭରୁ ଶ୍ରୀ ରାମ ରୂପରେ ସପ୍ତମ ଅବତାର ଗ୍ରହଣ କରିଥିଲେ।
ହିନ୍ଦୁ ଧର୍ମ ଅନୁସରଣ କରୁଥିବା ପ୍ରତ୍ୟେକ ଘରେ ରାମଲାଲାଙ୍କ ଜନ୍ମଦିନ ରାମ ନବମୀଙ୍କୁ ବହୁତ ଉତ୍ସାହର ସହ ପାଳନ କରାଯାଏ। ୨୦୨୫ ରେ ରାମ ନବମୀ କେବେ, ରାମଲାଲାଙ୍କ ପୂଜା ସମୟ ମଧ୍ୟ ଜାଣନ୍ତୁ…..
ରାମ ନବମୀ କେବେ?:
କ୍ୟାଲେଣ୍ଡର ଅନୁଯାୟୀ, ରାମ ନବମୀ ଚଳିତ ବର୍ଷ ୬ ଏପ୍ରିଲ ୨୦୨୫ ରେ ପାଳନ କରାଯିବ। ଏହି ଦିନ ମଧ୍ୟ ଚୈତ୍ରନବରାତ୍ରୀର ଶେଷ ଦିନ ହେବ। ବିଶ୍ୱାସ କରାଯାଏ ଯେ, ଶ୍ରୀ ରାମଙ୍କ ନାମ ଜପ କଲେ ଏବଂ ପୂଜା କଲେ, ପରିବାରରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଏ।
ମୂହୁର୍ତ୍ତ:
ଚୈତ୍ର ମାସର ଶୁକ୍ଲପକ୍ଷର ନବମୀ ତିଥି ୫ ଏପ୍ରିଲ ୨୦୨୫ ରେ ସନ୍ଧ୍ୟା ୭:୨୬ ରୁ ଆରମ୍ଭ ହୋଇ ପରଦିନ ୬ ଏପ୍ରିଲ ୨୦୨୫ ରେ ସନ୍ଧ୍ୟା ୭:୨୨ ରେ ଶେଷ ହେବ।
ରାମ ନବମୀ ମଧ୍ୟାହ୍ନ ମୂହୁର୍ତ୍ତ ସକାଳ ୧୧.୦୮ ରୁ ଆରମ୍ଭ ହୋଇ ଅପରାହ୍ନ ୧.୩୯ ପର୍ଯ୍ୟନ୍ତ ଚାଲିବ। ଭକ୍ତମାନେ ଭଗବାନ ରାମଙ୍କୁ ପୂଜା କରିବା ପାଇଁ ଅଢେଇ ଘଣ୍ଟା ସମୟ ପାଇବେ। ରାମଲାଲା ମଧ୍ୟାହ୍ନ ୧୨ ଟାରେ ଜନ୍ମ ହୋଇଥିଲେ, ତେଣୁ ପୂଜାପାଠ ପାଇଁ ସବୁଠାରୁ ଶୁଭ ସମୟ ହେଉଛି ଅପରାହ୍ନ ୧୨.୩୪।