ବଢିଲା ସାଂସଦଙ୍କ ଦରମା, ପେନ୍ସନ୍ ଏବଂ ଭତ୍ତା: ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା?

Published: Mar 24, 2025, 4:55 pm IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସାଂସଦଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ଏପ୍ରିଲ 1, 2023 ରୁ ସାଂସଦମାନେ 1 ଲକ୍ଷ ଟଙ୍କା ବଦଳରେ ବେତନ ହିସାବରେ 1.24 ଲକ୍ଷ ଟଙ୍କା ପାଇବେ। ସାଂସଦଙ୍କ ପେନ୍‌ସନ୍‌ ଏବଂ ଭତ୍ତା ମଧ୍ୟ ସରକାର ବୃଦ୍ଧି କରିଛନ୍ତି।

ଏହି ନିଷ୍ପତ୍ତି ପୂର୍ବରୁ ସାଂସଦମାନଙ୍କର ପେନସନ୍ 25,000 ଟଙ୍କା ଥିଲା, ବର୍ତ୍ତମାନ ଏହାକୁ 31,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି, ଯେଉଁମାନେ ଦୁଇ କିମ୍ବା ତିନିଥର ସାଂସଦ ହୋଇଛନ୍ତି ସେମାନଙ୍କ ଅତିରିକ୍ତ ପେନ୍ସନ୍ 2000 ରୁ 2500 ଟଙ୍କାକୁ ବୃଦ୍ଧି କରାଯାଇଛି।

Related posts