ଲକ୍ଷ୍ନୌର ପରାଜୟ ପରେ ଋଷଭ ପନ୍ତଙ୍କୁ ପଡିଥିଲା ଗାଳି?: ଜାଣନ୍ତୁ ଭାଇରାଲ୍ ଦାବିର ସତ୍ୟତା

Published: Mar 25, 2025, 1:12 pm IST

ନୂଆଦିଲ୍ଲୀ: ୨୦୨୫ ଆଇପିଏଲ୍ ର ଚତୁର୍ଥ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଲକ୍ଷ୍ନୌ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସେମାନଙ୍କୁ ୨୧୦ ରନ୍‌ର ଟାର୍ଗେଟ ଦେଇଥିଲା। ତଥାପି ଦଳ ଜିତିପାରିନଥିଲା। ଲକ୍ଷ୍ନୌର ପରାଜୟ ପରେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ ଋଷଭ ପନ୍ତଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବିଷୟରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରାଯାଇଛି।

ଲକ୍ଷ୍ନୌର ପରାଜୟ ପରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ପୋଷ୍ଟ ସେୟାର କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଗୋଏଙ୍କା ପୁଣି ଥରେ ତାଙ୍କ ଅଧିନାୟକଙ୍କ ଉପରେ ରାଗିଛନ୍ତି। କିନ୍ତୁ ସେପରି କିଛି ନଥିଲା। ଦଳର ମାଲିକ ସଞ୍ଜୀବ ଗୋଏଙ୍କା ଏବଂ ଅଧିନାୟକ ଋଷଭ ପନ୍ତଙ୍କ ମଧ୍ୟରେ ସାଧାରଣ ବାର୍ତ୍ତାଳାପ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟେ ମଧ୍ୟ ହସୁଥିବାର ଦେଖାଯାଇଥିଲା। ଗୋଏଙ୍କା ମଙ୍ଗଳବାର ଦିନ ଋଷଭ ପନ୍ତଙ୍କ ସହ ଚିତ୍ର ସେୟାର କରିଥିଲା।

Related posts