
ଭୁବନେଶ୍ବର: ବିଧାନସଭା ଗୃହ ଭିତରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ଗତକାଲି ରାତିରେ ପୋଲିସ ଜବରଦସ୍ତ ବାହାର କରିଦେଇଛି। ରାତି ପ୍ରାୟ ଦୁଇଟା ବେଳେ ସମସ୍ତ ସଦସ୍ୟଙ୍କୁ ଗୃହ ଭିତରୁ ପୋଲିସ ଧକ୍କା ମାରି ଟେକିଟେକି ବାହାର କରିଦେଇଛି ବୋଲି ଅଭିଯୋଗ। ଏପରିକି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବେକରୁ ସୁନା ଚେନ ମଧ୍ୟ ପୋଲିସ ନେଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ବିଧାନସଭା ଭିତରୁ ପୋଲିସ ବାହାର କରିଦେବା ପରେ ବିଧାୟକମାନେ ସେହି ରାତିରେ କଂଗ୍ରେସ ଭବନ ସାମନା ରାସ୍ତାରେ ଶୋଇ ଧାରଣା ଦେଲେ। ପୋଲିସର ଏପରି କାର୍ଯ୍ୟକୁ ନେଇ କଂଗ୍ରେସ ତରଫରୁ ତୀବ୍ର ନିନ୍ଦା କରାଯାଇଛି। ସ୍ବାଧୀନତା ପରଠାରୁ ସରକାରୀ ଦଳର ଏପରି କାର୍ଯ୍ୟ କେବେ ହୋଇ ନ ଥିଲା ବୋଲି କଂଗ୍ରେସ କହିଛି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି।
Tags: Congress, କଂଗ୍ରେସ ଧାରଣା