ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି । ଆଜି ପ୍ରଶାସନ ତରଫରୁ ବଡଦାଣ୍ଡରେ ଥିବା ଉଠାଦୋକାନୀଙ୍କୁ ହଟାଇଥିବାବେଳେ ଜବରଦଖଲ କରିଥିବା ଦୋକାନକୁ ପୋଲିସ ହଟାଇଥିଲା । ତେବେ ଶ୍ରୀମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ପୋଲିସ କହିଛି । ସୂଚନାଯୋଗ୍ୟ କି, ପୁରୀ ବଡଦାଣ୍ଡରେ ଅଧିକାଂଶ ସମୟରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ଏହାସହ କିଛି ବ୍ୟକ୍ତି ଯାନାବାହାନ ପାର୍କିଂ ମଧ୍ୟ କରିଥାନ୍ତି । ଯାହାକୁ ନେଇ ଟ୍ରାଫିକ ସମସୟା ଉପୁଜିଥାଏ । ଏପରିକି ଉଠାଦୋକାନୀଙ୍କ ପାଇଁ ମଧ୍ୟ ଭିୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଅନେକ ନଜିର ରହିଛି । ଭକ୍ତଙ୍କ ସୁବିଧା ତଥା ଭିଡ ନିୟନ୍ତ୍ରଣ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।