ଏସପି ବିଧାୟକ ପଲ୍ଲବୀ ପଟେଲ ଗିରଫ, ଲକ୍ଷ୍ନୌରେ କରୁଥିଲେ ବିରୋଧ

Published: Mar 27, 2025, 3:04 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିରାଥୁରୁ ସମାଜବାଦୀ ପାର୍ଟିର ବିଧାୟକ ପଲ୍ଲବୀ ପଟେଲଙ୍କୁ ରାଜଧାନୀ ଲକ୍ଷ୍ନୌରେ ଗିରଫ କରାଯାଇଛି। ପଲ୍ଲବୀ ପଟେଲ ନିଜେ ସୋସିଆଲ ମିଡିଆ ସାଇଟ୍ X ରେ ଏହି ସୂଚନା ଦେଇଛନ୍ତି।

ଏକ ଭିଡିଓ ସେୟାର କରି ପଲ୍ଲବୀ ପଟେଲ ଲେଖିଛନ୍ତି ଯେ, ଦଲିତ ସାଂସଦଙ୍କ ଘରେ ହୋଇଥିବା ଆକ୍ରମଣ ତଥା ହିଂସା ବିରୋଧରେ ଲକ୍ଷ୍ନୌର ରାସ୍ତାରେ ଆନ୍ଦୋଳନ କରୁଛି। ଶହ ଶହ ସାଥୀଙ୍କ ସହିତ ତାଙ୍କୁ ହେପାଜତକୁ ନିଆଯାଇଛି। ସଂଗ୍ରାମ ଜାରି ରହିବ।

Related posts