କେନ୍ଦୁଝର ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ହରିଚନ୍ଦନପୁର ବ୍ଲକ୍ ବଡ଼ସିଆଳିମାଳ ଗାଁରେ ଦମ୍ପତି ପ୍ରାଣ ହରାଇଛନ୍ତି । ସେହିପରି ଠାକୁରପଡ଼ା ଗାଁରେ ବଜ୍ରପାତରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଦମ୍ପତି ହେଉଛନ୍ତି ଚୈତନ୍ୟ ମହାନ୍ତ ଓ ମୀନା ମହାନ୍ତ । ଆଜି କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୀଷଣ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।