Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ
ଆଜିର ଖବର

ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ

March 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ (ଇଣ୍ଟେଲେକଚୁଆଲ ପ୍ରପର୍ଟି) ପୁରସ୍କାର ହାସଲ କରିଛି। ଗୋଟିଏ ପକ୍ଷରେ ଭାରତ ସରକାର ଜିଓ ପ୍ଲାଟଫର୍ମକୁ ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପର୍ଟି ଆୱାର୍ଡ) ରେ ସମ୍ମାନିତ କରିଛନ୍ତି। ସମାନ ସମୟରେ, ବିଶ୍ୱ ବୌଦ୍ଧିକ ସମ୍ପଦ ସଂଗଠନ (ୱାର୍ଲଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ) ପକ୍ଷରୁ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଅସାଧାରଣ ଉତ୍କର୍ଷତା ପାଇଁ ଜିଓ ପ୍ଲାଟଫର୍ମସକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ବିଶ୍ୱ ସ୍ତରରେ, କମ୍ପାନୀ ଗତ ତିନି ବର୍ଷ ମଧ୍ୟରେ ୪ ହଜାରରୁ ଅଧିକ ପେଟେଣ୍ଟ ଦାଖଲ କରିଛ। ଏହି ପେଟେଣ୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଟେଲିକମ୍ୟୁନିକେସନ୍, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ କରାଯାଇଛି। ସରଳ ଭାଷାରେ କହିବାକୁ ଗଲେ, ଅଧିକାଂଶ ପେଟେଣ୍ଟ ୫ଜି, ୬ଜି ଏବଂ ଏଆଇ ପ୍ରଯୁକ୍ତି କୌଶଳର ବିକାଶ ଏବଂ ଏହା ସମ୍ବନ୍ଧିତ ପ୍ରଯୁକ୍ତି କ୍ଷେତ୍ର ସହିତ ଜଡିତ। ଏପର୍ଯ୍ୟନ୍ତ ଏହି ପ୍ରଯୁକ୍ତିଗୁଡ଼ିକ ଉପରେ ବିଦେଶୀ କମ୍ପାନୀମାନଙ୍କ ପ୍ରାଧାନ୍ୟ ବିବେଚନା କରାଯାଉଥିଲା। ଜିଓ ଦ୍ୱାରା ଦାଖଲ ହୋଇଥିବା ବହୁ ସଂଖ୍ୟକ ପେଟେଣ୍ଟ ଦର୍ଶାଉଛି ଯେ ଜିଓ ଭଳି ଏକ ଭାରତୀୟ କମ୍ପାନୀ ଏବେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି।

ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ)ର ବରିଷ୍ଠ ଉପସଭାପତି ଆୟୁଷ ଭଟନାଗର ଜେପିଏଲ ତରଫରୁ ପୁରସ୍କାର ଗ୍ରହଣ କରିବା ସମୟରେ କହିଥିଲେ “ଏହି ପୁରସ୍କାରଗୁଡ଼ିକ ନବସୃଜନ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଆମେ କେବଳ ପ୍ରଯୁକ୍ତି କୌଶଳ ଉପରେ କାମ କରୁନାହୁଁ; ଆମେ ଏପରି କ୍ଷମତା ସବୁର ବିକାଶ କରୁଛୁ ଯାହା ୫ଜି, ୬ଜି ଏବଂ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜାତୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଆମକୁ ଆଗରେ ରଖିବ।”

ସୂଚନାଯୋଗ୍ୟ ଯେ ଭାରତ ସରକାର ୬ଜି ଭିଜନ ବା ଲକ୍ଷ୍ୟକୁ ସାକାର କରିବା ଉପରେ ଧ୍ୟାନକୈନ୍ଦ୍ରିତ କରୁଥିବା ବେଳେ ଜିଓ ବର୍ତ୍ତମାନ ଏହି ପ୍ରଯୁକ୍ତିବିଦ୍ୟା ଦୌଡ଼ରେ ସବୁଠାରୁ ଆଗରେ ରହିଥିବା ଦେଖାଯାଉଛି। କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି ଯେ, ଜେପିଏଲର ବୌଦ୍ଧିକ ସମ୍ପଦ ରଣନୀତି ଭାରତ ସରକାରଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣ ସହିତ ସମନ୍ୱୟ ରେ ରହିଛି, ଯାହାର ଉଦ୍ଦେଶ୍ୟ ପ୍ରଯୁକ୍ତି ନବସୃଜନ, ଡିଜିଟାଲ ପରିବର୍ତ୍ତନ ଏବଂ ସ୍ୱଦେଶୀ ପ୍ରଯୁକ୍ତି କୌଶଳ କ୍ଷମତାଗୁଡିକର ବିକାଶ ମାଧ୍ୟମରେ ଭାରତକୁ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ରହିଛି।

jio ଜିଓ ପୀୟୁଷ ଗୋୟଲ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.