Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକଙ୍କ ଭିନ୍ନ ଭିନ୍ନ ସମସ୍ୟା ନେଇ ମିଳିତ ସମନ୍ୱୟ ସମିତି ତରଫରୁ ସରକାରଙ୍କ ସହିତ ଆଲୋଚନା
ଆଜିର ଖବର

ଶିକ୍ଷକଙ୍କ ଭିନ୍ନ ଭିନ୍ନ ସମସ୍ୟା ନେଇ ମିଳିତ ସମନ୍ୱୟ ସମିତି ତରଫରୁ ସରକାରଙ୍କ ସହିତ ଆଲୋଚନା

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଶୀର୍ଷ ନେତୃତ୍ୱମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ମନ୍ତ୍ରୀ ଓ ବିଧାୟକ ସ୍ତରୀୟ କମିଟି ବୈଠକରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

ପ୍ରକାଶଥାଉକି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସୁକାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ସାତୋଟି ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ସାତ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପାଞ୍ଚ ଜଣ ମାନ୍ୟବର ବିଧାୟକମାନଙ୍କୁ ନେଇ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ସମନ୍ୱୟ ସମିତିର ନେତୃତ୍ୱମାନେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବୀ ଗୁଡ଼ିକ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ।

ଏହି ଦାବୀ ଗୁଡ଼ିକ ମଧ୍ୟରେ  ୨୦୧୩ ଅନୁଦାନ ଆଇନ୍‌ରୁ ବାଦ୍ ପଡ଼ିଥିବା ୧୯୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟ, ୪୧ଟି ସଂସ୍କୃତ ଟୋଲ, ୨୮ଟି ନିମ୍ନ ମାଧ୍ୟମିକ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଏବଂ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ସହିତ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ଏବଂ ଏହି ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକର ନିଯୁକ୍ତି ପ୍ରଦାନ, ୧୨.୦୧.୨୦୨୪ରେ ପ୍ରକାଶ ପାଇଥିବା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ୧୯୮୧ ପେନସନ୍ ରୁଲ୍ ଅନୁସାରେ ପେନ୍‌ସନ୍  ପ୍ରଦାନ, ଦୁଇଟି ପିଅନ ଏବଂ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକର ଆଣ୍ଟିଡେସନ, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ପ୍ରଦାନ, ବିଭିନ୍ନ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରିକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଅଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ, ରାଜ୍ୟର ବେସରକାରୀ ଓ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା  ଇତ୍ୟାଦି ସାମିଲ ଥିଲା।

ଉକ୍ତ ଆଲୋଚନାରେ ବାବୁ ସିଂ, ମାନ୍ୟବର ବିଧାୟକ ଏକାମ୍ର, ଆଶ୍ରିତ ପଟ୍ଟନାୟକ,ମାନ୍ୟବର ବିଧାୟକ ପିପିଲି, ଇରାସିସ୍ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ଭଟିଲି, ଅଶ୍ୱିନ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ବରଗଡ଼ ଏବଂ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ, ମାନ୍ୟବର ବିଧାୟକ ଭଞ୍ଜନଗର ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସହିତ ଉପରୋକ୍ତ ସମସ୍ତ ସସମ୍ୟା ଗୁଡ଼ିକ ଉପରେ ଆଲୋଚନା କରି ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ମାନ୍ୟବର ଆଇନ ମନ୍ତ୍ରୀ ଦୃଢ଼ ପ୍ରତିଶୃତି ଦେଇଥିଲେ।

ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ, ବ୍ରଜକିଶୋର ବିଶ୍ୱାଳ, ରଞ୍ଜନ କୁମାର ପଣ୍ଡା,  ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର ଓ ସୁରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ମନ୍ତ୍ରୀ ଓ ବିଧାୟକ ସ୍ତରୀୟ କମିଟି ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.