କୁଲଭୂଷଣ ମାମଲାରେ ଭାରତର ବଡ଼ ଜିତ୍‌ : ଫାଶୀ ଦଣ୍ଡ ଉପରେ ଆଇସିଜେଙ୍କ ସ୍ଥଗିତାଦେଶ

Published: Jul 17, 2019, 6:45 pm IST

ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କ ଉପରେ ଆଜି ଅନ୍ତରାଷ୍ଟ୍ରୀୟ ଅଦାଲତ (ଆଇସିଜେ) ନିଷ୍ପତ୍ତି ଶୁଣାଇଛନ୍ତି ।  ଆଇସିଜେ କୁଲଭୂଷଣଙ୍କ ଫାଶିରେ ରହିତାଦେଶ ଲଗାଇଛନ୍ତି । ଆଜି ଭାରତୀୟ ସମୟ ପ୍ରାୟ ୬ଟା ୩୦ ମିନିଟ୍‌ରେ ଆଇସିଜେ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ମାମଲାରେ ଭାରତ ଆଇନଗତ ଲଢେଇ ଲଢି ପାରିବ ବୋଲି ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି । ନେଦରଲାଣ୍ଡର ଦ ହେଗରେ ସ୍ଥିତ ‘ଆଇସିଜେ’ର ‘ପ୍ରେସିଡେଣ୍ଟ ଅଫ ଦ  କୋର୍ଟ’ରେ ଜଷ୍ଟିସ୍‌ ଅବଦୁଲକାଭି ଅହମ୍ମଦ ୟୁସୁଫ କୂଳଭୂଷଣ ମାମଲାର ଶୁଣାଣି କରିଥିଲେ । ଭାରତ ଓ ପାକିସ୍ତାନ ତରଫରୁ ଦୁଇ ଓକିଲ ସେଠାରେ ଉପସ୍ଥିତ ରହିଥିଲେ । ପାକିସ୍ତାନର ଭିଏନା ଚୁକ୍ତି ଭଙ୍ଗ କରିଛି ବୋଲି ଆଇସିଜେ କହିଛନ୍ତି । ଏଠାରେ ଉପସ୍ଥିତ ୧୬ ବିଚାରପତିଙ୍କ ମଧ୍ୟରୁ ୧୫ଜଣ ଭାରତ ସପକ୍ଷରେ ରହିଥିଲେ । ଭାରତୀୟ ପୂର୍ବତନ ନୌସେନା ଅଧିକାରୀ କୂଳଭୂଷଣ ଯାଧବଙ୍କୁ ପାକିସ୍ତାନ ବଳପୂର୍ବକ ଅପରାଧୀ ରୂପେ ଦଣ୍ଡିତ କରି ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲା । ଏହାକୁ ଭାରତ ପ୍ରବଳ ବିରୋଧ କରିବା ସହିତ ଆଇସିଜେରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲା।

Related posts