୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଞ୍ଚାଇବାର ଲକ୍ଷ୍ୟ ନେଇଛି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ । ଆଜି ଇସ୍ପାତ ତଥା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କୁ ପତ୍ର ଲେଖି ଜଳ ଶକ୍ତି ମନ୍ତ୍ରାଳୟକୁ ସହଯୋଗ କରିବେ ବୋଲି କହିଛନ୍ତି । ଉଭୟ ମନ୍ତ୍ରଣାଳୟ ମଧ୍ୟରେ ଭଲ ସହଯୋଗ ପାଇଁ ସେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ଜଳ ଶକ୍ତି ମନ୍ତ୍ରଣାଳୟର ଅଧିକାରୀ ମାନଙ୍କ ସହ ସମ୍ପର୍କରେ ରହି କାମ କରିବାକୁ ନିର୍ଦେଶ ଦେଇଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଇସ୍ପାତ୍ ମନ୍ତ୍ରାଳୟ “ହର୍ ଘର ଜଲ୍” ଅଥବା ସବୁ ଘରକୁ ପାଣି ମିଶନରେ ସମସ୍ତ ପ୍ରକାଶ ସହଯୋଗ ଓ ସମର୍ଥନ ଦେବ । ଏହି ଯୋଜନା ପାଇଁ ଇସ୍ପାତ ମନ୍ତ୍ରାଳୟ ଷ୍ଟିଲ୍ ପାଇପ୍ ଯୋଗାଇବା ବୋଲି କହିଛନ୍ତି ଇସ୍ପାତ ମନ୍ତ୍ରୀ । ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଏହାକୁ ଏକ ମିଶନ ମୋଡରେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।