ଗତ ୧୫ ଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଂକଟ ଆଜି ଶେଷ ହେବ । ଗୁରୁବାର ବିଧାନସଭାରେ ଫ୍ଲୋର୍ ଟେଷ୍ଟ୍ ଦେବେ କୁମାରସ୍ବାମୀ ସରକାର । ଏହି ନିଷ୍ପତ୍ତି ଆଧାରରେ କର୍ଣ୍ଣାଟକ ରାଜନୀତିର ସଂକଟ ଦୂର ହେବ । କଂଗ୍ରେସ-ଜେଡିଏସ ମେଣ୍ଟର ୧୫ ବିଧାୟକ ଇସ୍ତଫା ଦେବାପରେ କର୍ଣ୍ଣାଟକରେ ରାଜନୀତି ପରିବେଶ ବେଶ୍ ଗୋଳମାଳିଆ ହୋଇଯାଇଥିଲା । ଆଜି କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ବିଦ୍ରୋହୀ ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ଆସ୍ଥା ଭୋଟରେ ସାମିଲ ହେବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ରାୟ ଦେଇଛନ୍ତି। ତେବେ ବିଜେପି ନିଜ ପାଖରେ ବହୁମତ ରଖିଛି ବୋଲି ଦାବି କରିଛି । ଆଜି ସକାଳ ୧୧ଟା ସମୟରେ ଗୃହରେ ଶକ୍ତି ପରୀକ୍ଷଣ ପରେ କର୍ଣ୍ଣାଟକ ରାଜନୀତିର ଭବିଷ୍ୟତ ଜଣାପଡ଼ିବ ।
Tags: