ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ରେ ଧରା ପଡିଛନ୍ତି ବାରିପଦାର ସହକାରୀ ନିର୍ବାହୀ ଯନ୍ତ୍ରୀ। ଏହି ଯନ୍ତ୍ରୀଜଣକ ହେଉଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦେଶ୍ବର ବେହେରା । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ୫ଟି ଟିମ ନିର୍ବାହୀ ଯନ୍ତ୍ରୀଙ୍କ ୫ଟି ଠିକଣା ଉପରେ ଚଢାଉ କରିଛନ୍ତି । ବାରିପଦା ସ୍ଥିତ ଅଫିସ ଏବଂ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ସେହିପରି ଭୁବନେଶ୍ୱରେ ଥିବା କୋଠା, କପ୍ତିପଦାରେ ଥିବା ବାସ ଭବନ ଉପରେ ଟିମ ଚଢାଉ କରିଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦେଶ୍ୱରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା ।