ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଧବଙ୍କ ମାମଲାରେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ନିଷ୍ପତ୍ତି ପରେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ ଅଭିଭାଷଣ ରଖିବେ । ବୁଧବାର ଦିନ ଆଇସିଜେ ଯାଧବ ମାମଲାରେ ନିଷ୍ପତ୍ତି ଶୁଣାଇ ଫାଶୀ ଉପରେ ରୋକ୍ ଲଗାଇଛନ୍ତି । ଏହି ମାମଲାରେ ପାକିସ୍ତାନକୁ ପୁନର୍ବିଚାର କରିବାକୁ ମଧ୍ୟ କହିଛନ୍ତି । ଏହାସହିତ ଅନ୍ତରାଷ୍ଟ୍ରୀୟ ନ୍ୟାୟଳୟ ପାକିସ୍ତାନରୁ ଭିଏନା ଚୁକ୍ତିନାମାର ଭଙ୍ଗ କରିଛି ବୋଲି ମଧ୍ୟ କହିଛନ୍ତି । ଭାରତୀୟ ପୂର୍ବତନ ନୌସେନା ଅଧିକାରୀ କୂଳଭୂଷଣ ଯାଧବଙ୍କୁ ପାକିସ୍ତାନ ଗୁଇନ୍ଦା ସନ୍ଦେହ କରି ବଳପୂର୍ବକ ଅପରାଧୀ ରୂପେ ଦଣ୍ଡିତ କରି ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲା । ଏହାକୁ ଭାରତ ପ୍ରବଳ ବିରୋଧ କରିବା ସହିତ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲା। ଆଇସିଜେଙ୍କ କୂଳଭୂଷଣ ଉପରେ ନେଇଥିବା ନିଷ୍ପତ୍ତିକୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ସ୍ବାଗତ ମଧ୍ୟ କରିଛନ୍ତି ।