ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆସନ୍ତା ଜୁଲାଇ ୨୨ ତାରିଖରେ ସମାପନ ହେବ। ଗୁରୁବାର ଦିନ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଏହି ସମ୍ପର୍କରେ ଘୋଷଣା କରାଯାଇଥିଲା। ତିନିଦିନ ପୂର୍ବରୁ କରାଯିବାକୁ ଥିବା ଏହି ଉତ୍କ୍ଷେପଣ ତୈଳ ଲିକ୍ ଯୋଗୁଁ ବାତିଲ କରାଯାଇଥିଲା। ଉତ୍କ୍ଷେପଣର ୫୬ ମିନିଟ୍ ପୂର୍ବରୁ ଉତ୍କ୍ଷେପଣ ନିମନ୍ତେ ବ୍ୟବହୃତ ହେବାକୁ ଥିବା ରକେଟ୍ରେ ଯାନ୍ତ୍ରିକ ସମସ୍ୟା (ହିଲିୟମ୍ ଲିକ୍ ) କାରଣରୁ ଉତ୍କ୍ଷେପଣ ବାତିଲ କରାଯିବା ସହିତ ଆଗାମୀ ଦିନରେ ପୁନର୍ବାର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାାଯାଇଥିଲା। ଆଜି ଗୁରୁବାର ଦିନ ଇସ୍ରୋ ପକ୍ଷରୁ ଟ୍ବିଟ୍ କରାଯାଇ ଜୁଲାଇ ୨୨ରେ ଉତ୍କ୍ଷେପଣ ହେବା ନେଇ ସ୍ପଷ୍ଟ କରାଯାଇଛି। ଜୁଲାଇ ୨୨ ତାରିଖ ଅପରାହ୍ନ ୨.୪୩ ମିନିଟ୍ ସମୟରେ ଏହି ଉତ୍କ୍ଷେପଣ କରାଯିବ ବୋଲି ଜଣା ପଡିଛି।