Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ଆରମ୍ଭ
ଆଜିର ଖବର

ଗଞ୍ଜାମ ଜିଲ୍ଲାରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ଆରମ୍ଭ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ନୂତନ ଶିକ୍ଷାନୀତି ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଶିଶୁ ଵାଟିକାରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପୂର୍ଵରୁ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶିଶୁ ବାଟିକା ରେ ନାମ ଲେଖାଇବାକୁ ଆଜି ସ୍କୁଲ ଆସିଛନ୍ତି କୁନି କୁନି ପିଲା। ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଉଛି ଶିଶୁ ବାଟିକା। ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଯାହାକି ସେମାନଙ୍କ ନାମଲେଖା ଓ ସ୍କୁଲରେ ପ୍ରଥମ ଦିନକୁ ସ୍ମରଣୀୟ କରିବ। ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଗଞ୍ଜାମ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ।

ଶିଶୁ ବାଟିକାର ଭିତ୍ତି ଉପରେ ନୂଆପିଢିର ଭବିଷ୍ୟତ ଗଠନ କରି ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଗଞ୍ଜାମ ଜିଲାରେ ୨୬୧୩ ସ୍କୁଲ ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ହୋଇଛି। ୧୬୭୧ ପ୍ରାଥମିକ ବିଦ୍ୟାଳୟ ଓ ୯୪୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ହୋଇଛି। ନିଜେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ଛତ୍ରପୁର ପୁତି ଗୋପାଳପୁର ସ୍ଥିତ ସ୍କୁଲ ବୁଲି ତଦାରଖ କରିବା ସହ ଶିଶୁ ବାଟିକା ରେ ନାମ ଲେଖେଇଥିବା ପିଲାମାନଙ୍କୁ ଖଡ଼ି ଛୁଆଁଇ ଵା ସହ ପିଲାମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ।

ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।  ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଛନ୍ତି। ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ ସଭିଏଁ ସ୍କୁଲ ଯିବା ଏକ ସଚେତନତା ରଥକୁ ଜିଲ୍ଲାପାଳ ଉଦ୍ଧଘାଟନ କରିଥିଲେ।

ଖଡ଼ି ଛୁଆଁ ଗଞ୍ଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.