Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶକୁ ତ୍ବରାନ୍ବିତ କରିବ ୱାକଫ୍‌ (ସଂଶୋଧନ) ବିଲ୍‌ 2025: କେନ୍ଦ୍ର ସରକାର
ଆଜିର ଖବର

ବିକାଶକୁ ତ୍ବରାନ୍ବିତ କରିବ ୱାକଫ୍‌ (ସଂଶୋଧନ) ବିଲ୍‌ 2025: କେନ୍ଦ୍ର ସରକାର

April 3, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘ଓ୍ଵାକଫ୍’ର ଅବଧାରଣା ଇସଲାମିକ ଆଇନ ଓ ପରମ୍ପରା ଆଧାରିତ। ଜଣେ ମୁସଲମାନଙ୍କ ଦ୍ୱାରା ମସଜିଦ, ସ୍କୁଲ, ହସ୍ପିଟାଲ କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନ ନିର୍ମାଣ ଭଳି ଦାତବ୍ୟ କିମ୍ବା ଧାର୍ମିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାନକୁ ଏହା ବୁଝାଏ। ଓ୍ଵାକଫ୍ ର ଆଉ ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ହେଉଛି ଏହା ଅବିଭାଜ୍ୟ – ଅର୍ଥାତ୍ ଏହାକୁ ବିକ୍ରି କରାଯାଇପାରିବ ନାହିଁ, ଉପହାର ଦିଆଯାଇପାରିବ ନାହିଁ କିମ୍ବା ଏହାର କେହି ଉତ୍ତରାଧିକାରୀ ହୋଇପାରିବ ନାହିଁ ଏବଂ ଏହା ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ପାରିବ ନାହିଁ । ଥରେ ଓ୍ଵାକଫ୍‌ ଭାବେ ମନୋନୀତ ହେବା ପରେ ଏହାର ମାଲିକାନା ଓ୍ଵାକଫ କରୁଥିବା ବ୍ୟକ୍ତିଙ୍କଠାରୁ ଆଲ୍ଲାଙ୍କ ନିକଟକୁ ହସ୍ତାନ୍ତର କରାଯାଏ, ଯାହା ଫଳରେ ଏହା ଅପରିବର୍ତ୍ତନୀୟ ହୋଇଯାଏ। ଯେହେତୁ ଆଲ୍ଲା ସବୁଦିନ ପାଇଁ ରହିଥାନ୍ତି, ତେଣୁ ସବୁଦିନ ପାଇଁ ‘ଓ୍ଵାକଫ୍ ସମ୍ପତ୍ତି’ ମଧ୍ୟ ରହିଥାଏ।

ୱାକଫ୍  (ସଂଶୋଧନ) ବିଲ୍ 2025 ରେ ଅନେକ ଗୁଡ଼ିଏ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରାଯାଇଛି। ଏହି ସମସ୍ୟା ଗୁଡ଼ିକ ମଧ୍ୟରେ ରହିଛି ୱାକଫ୍ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତାର ଅଭାବ, ୱକଫ୍ ଭୂମି ରେକର୍ଡ଼ର ଅସମ୍ପୂର୍ଣ୍ଣ ସର୍ବେକ୍ଷଣ, ମହିଳାଙ୍କ ଉତ୍ତରାଧିକାରୀ ଅଧିକାର ପାଇଁ ଅନୁପଯୁକ୍ତ ବ୍ୟବସ୍ଥା, ଅନୁପ୍ରବେଶ ସମେତ ବହୁ ଦିନରୁ ଚାଲିଆସୁଥିବା ମାମଲା ଇତ୍ୟାଦି। ସେହିପରି ବିଚାରାଧୀନ ମାମଲା ସଂଖ୍ୟା 2013 ରେ 10,381 ଥିବା ବେଳେ ଏବେ ତାହା 21,618  କୁ ବୃଦ୍ଧି ହୋଇଛି। ଏହା ସହିତ ସରକାରୀ ଜମିକୁ ୱାକଫ୍‌ ଘୋଷଣାକୁ ନେଇ ଅନେକ ବିବାଦ ମଧ୍ୟ ରହିଛି। ଓ୍ଵାକଫ୍ ସମ୍ପତ୍ତିର ଉପଯୁକ୍ତ ହିସାବ ଓ ଅଡିଟ୍ ର ଅଭାବ ମଧ୍ୟ ଦେଖାଦେଇଛି। ଓ୍ଵାକଫ୍‌ ପରିଚାଳନାରେ ପ୍ରଶାସନିକ ଅପାରଗତା, ଟ୍ରଷ୍ଟ ସମ୍ପତ୍ତିର ଅନୁପଯୁକ୍ତ ବ୍ୟବହାର ଆଉ ଏକ ପ୍ରମୁଖ ସମସ୍ୟା। କେନ୍ଦ୍ରୀୟ ୱାକଫ୍ ପରିଷଦ ଏବଂ ରାଜ୍ୟ ୱାକଫ୍ ବୋର୍ଡରେ ଅଂଶୀଦାରମାନଙ୍କର କମ୍ ପ୍ରତିନିଧିତ୍ୱ ମଧ୍ୟ ଲକ୍ଷ୍ୟ କରାଯାଇଛି।

ୱାକଫ୍‌ (ସଂଶୋଧନ) ବିଲ୍, 2025 ର ଉଦ୍ଦେଶ୍ୟ ହେଉଛି ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହନ ଦେବା ସହିତ ୱାକଫ ସମ୍ପତ୍ତି ପରିଚାଳନାକୁ ସୁବ୍ୟବସ୍ଥିତ କରିବା। ବିଭିନ୍ନ ରାଜ୍ୟରେ ଓ୍ଵାକଫ୍ ସମ୍ପତ୍ତି ଦାବିକୁ ନେଇ ବିବାଦ ଦେଖାଦେଇଛି, ଯାହା ଆଇନଗତ ଲଢ଼େଇ ଏବଂ ଗୋଷ୍ଠୀଗତ ସମସ୍ୟା ସୃଷ୍ଟି କରିଛି। 2024 ସେପ୍ଟେମ୍ବର ସୁଦ୍ଧା 25 ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୱାକଫ୍ ବୋର୍ଡରେ ସମୁଦାୟ 5973 ଟି ସରକାରୀ ସମ୍ପତ୍ତିକୁ ୱାକଫ୍ ସମ୍ପତ୍ତି ଭାବେ ଘୋଷଣା କରାଯାଇଛି।

2024 ରେ ୱାକଫ୍ ବୋର୍ଡ ବିଜୟପୁରାର 15,000 ଏକର ଜମିକୁ ଓ୍ଵାକଫ୍ ଜମି ଭାବେ ଘୋଷଣା କରିବା ପରେ କୃଷକମାନେ ବିରୋଧ କରିଥିଲେ। ବଲ୍ଲାରୀ, ଚିତ୍ରଦୁର୍ଗା, ୟାଦଗିର ଓ ଧାରୱାଡରେ ମଧ୍ୟ ବିବାଦ ଦେଖାଦେଇଥିଲା। ତେବେ ଉଚ୍ଛେଦ କରାଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଉତ୍ତର ପ୍ରଦେଶରେ ରାଜ୍ୟ ଓ୍ଵାକଫ୍ ବୋର୍ଡର ଦୁର୍ନୀତି ଓ ଅବ୍ୟବସ୍ଥା ବିରୋଧରେ ଅଭିଯୋଗ ହୋଇଛି।

ଏହାବ୍ୟତୀତ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ 2024 ସେପ୍ଟେମ୍ବରରେ ଏହାର ଉପସ୍ଥାପନା ସମୟରେ ଯୁଗ୍ମ ସଂସଦୀୟ କମିଟିକୁ ଜଣାଇଥିଲା ଯେ ଭୂମି ଓ ଉନ୍ନୟନ କାର୍ଯ୍ୟାଳୟ ନିୟନ୍ତ୍ରଣରେ ଥିବା 108 ଟି ସମ୍ପତ୍ତି, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିବା 130 ଟି ସମ୍ପତ୍ତି ଏବଂ ସାର୍ବଜନୀନ କ୍ଷେତ୍ରରେ ଥିବା 123 ଟି ସମ୍ପତ୍ତିକୁ ୱାକଫ୍‌ ସମ୍ପତ୍ତି ଘୋଷଣା କରାଯାଇ ମାମଲା ରୁଜୁ କରାଯାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଆର୍ଥିକ ସ୍ୱାଧୀନତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇ ମୁସଲମାନ ମହିଳା, ବିଶେଷ କରି ବିଧବା ଏବଂ ଛାଡ଼ପତ୍ର ପ୍ରାପ୍ତ ମହିଳାଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମଧ୍ୟ ଏହି ବିଲ୍ ରେ ପ୍ରୟାସ କରାଯାଇଛି। ଏହାବ୍ୟତୀତ, ଏହି ବିଲ୍ ମୁସଲମାନ ମହିଳାଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖିଛି। ଦୁର୍ନୀତି ରୋକିବା ପାଇଁ ୱାକଫ୍ ରେକର୍ଡର ଡିଜିଟାଇଜେସନ୍ ବ୍ୟବସ୍ଥା ରହିଛି।

ମହିଳାଙ୍କ ଅଂଶଗ୍ରହଣରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଏହି ୱାକଫ୍ ବିଲର ଆଉ ଏକ ପ୍ରମୁଖ ବିଶେଷତ୍ତ୍ବ। ଏଥିରେ ମୁସଲମାନ ଝିଅମାନଙ୍କ ପାଇଁ ଛାତ୍ରବୃତ୍ତି, ସ୍ବାସ୍ଥ୍ୟ ସେବା ଏବଂ ମାତୃତ୍ବ କଲ୍ୟାଣ, ମହିଳା ଉଦ୍ୟୋଗୀଙ୍କ ପାଇଁ ଦକ୍ଷତା ବିକାଶ ଓ ମାଇକ୍ରୋଫାଇନାନ୍ସ ସହାୟତା, ଫ୍ୟାଶନ ଡିଜାଇନ, ସ୍ୱାସ୍ଥ୍ୟସେବା ଏବଂ ଉଦ୍ୟୋଗ ଭଳି କ୍ଷେତ୍ରରେ ବୃତ୍ତିଗତ ପ୍ରଶିକ୍ଷଣ, ଉତ୍ତରାଧିକାରୀ ବିବାଦ ତଥା ଘରୋଇ ହିଂସା ମାମଲା ପାଇଁ ଆଇନଗତ ସହାୟତା କେନ୍ଦ୍ର ପ୍ରତିଷ୍ଠା, ବିଧବାମାନଙ୍କ ପାଇଁ ପେନସନ ଯୋଜନା ଆଦିର ବ୍ୟବସ୍ଥା ରହିଛି।

ବିଶେଷ କରି ଗରିବଙ୍କ ପାଇଁ ଧାର୍ମିକ, ଦାତବ୍ୟ ଏବଂ ସାମାଜିକ କଲ୍ୟାଣ ଆବଶ୍ୟକତା ପୂରଣ କରିବାରେ ୱାକଫ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେବେ ଅବ୍ୟବସ୍ଥା, ଜବରଦଖଲ ଓ ସ୍ବଚ୍ଛତାର ଅଭାବ ଯୋଗୁ ଏହାର ପ୍ରଭାବ ଅନେକ ସମୟରେ ହ୍ରାସ ପାଉଛି। ଗରିବଙ୍କ ପାଇଁ ୱାକଫ (ସଂଶୋଧନ) ବିଲ୍ 2025 ରେ ଅନେକ ବ୍ୟବସ୍ଥା କରାଯାଇଛି। ଏହା ଅନ୍ତଗର୍ତ ଏକ ଡିଜିଟାଲ୍ ପୋର୍ଟାଳ୍ ୱାକଫ୍ ସମ୍ପତ୍ତିର ଚିହ୍ନଟ କରିବା ସହିତ ଏହାର ଉତ୍ତମ ତଦାରଖ ଓ ପରିଚାଳନା ସୁନିଶ୍ଚିତ କରିବ। ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ  ପାଣ୍ଠିର ବ୍ୟବହାର କେବଳ ଗରିବଙ୍କ କଲ୍ୟାଣକାରୀ ଉଦ୍ଦେଶ୍ୟ ପାଇଁ କରାଯାଉଛି।

ୱାକଫ୍ ଜମିର ଅପବ୍ୟବହାର ଏବଂ ବେଆଇନ ଦଖଲକୁ ରୋକିବା ଦ୍ୱାରା ୱାକଫ୍‌ ବୋର୍ଡ଼ର ରାଜସ୍ବ ବୃଦ୍ଧି ପାଇବ, ଯାହାଦ୍ବାରା ଏହା ସେମାନଙ୍କୁ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଂପ୍ରସାରଣ କରିବାରେ ସାହାଯ୍ୟ କରିବ।  ସ୍ବାସ୍ଥ୍ୟସେବା, ଶିକ୍ଷା, ଗୃହ ନିର୍ମାଣ ଏବଂ ଜୀବିକା ସହାୟତା ପାଇଁ ପାଣ୍ଠି ଆବଣ୍ଟନ କରାଯିବ ଯାହାଦ୍ବାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ସହାୟତା ମିଳିବ ଓ ସେମାନେ ଏହାର ପ୍ରତ୍ୟକ୍ଷ ଲାଭ ପାଇପାରିବେ। ନିୟମିତ ଅଡିଟ୍ ଏବଂ ଯାଞ୍ଚ ଆର୍ଥିକ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବ ଏବଂ ୱାକଫ୍ ପରିଚାଳନା ଉପରେ ଜନସାଧାରଣଙ୍କ ବିଶ୍ବାସକୁ ସୁଦୃଢ଼ କରିବ।

ୱାକଫ (ସଂଶୋଧନ) ବିଲ୍ 2025 ବିଲର ଆଉ ଏକ ଉଦ୍ଦେଶ୍ୟ ହେଉଛି ୱାକଫ୍ ବୋର୍ଡ଼ର ଉନ୍ନତ ୱାକଫ୍ ଶାସନ ଏବଂ ନିଷ୍ପତ୍ତି ନେବା ପାଇଁ ବିଭିନ୍ନ ମୁସଲିମ ଗୋଷ୍ଠୀଙ୍କୁ ପ୍ରତିନିଧିତ୍ବ ପ୍ରଦାନ କରି ଅଧିକ ସମାବେଶି କରିବା। ଏହି ବିଲ୍ ରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଓ୍ଵାକଫ୍ ବୋର୍ଡରେ ବୋହରା ଏବଂ ଅଘାଖାନି ସମ୍ପ୍ରଦାୟର ଜଣେ ଲେଖାଏଁ ସଦସ୍ୟଙ୍କୁ ସାମିଲ୍ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଏହି ବୋର୍ଡ଼ରେ ସିଆ ଓ ସୁନ୍ନି ସଦସ୍ୟଙ୍କ ବ୍ୟତୀତ ପଛୁଆ ବର୍ଗର ମୁସଲମାନମାନଙ୍କୁ ପ୍ରତିନିଧିତ୍ୱ କରାଯିବ। ପୌରପାଳିକା କିମ୍ବା ପଞ୍ଚାୟତରୁ ଦୁଇ କିମ୍ବା ଅଧିକ ନିର୍ବାଚିତ ସଦସ୍ୟଙ୍କୁ ସାମିଲ୍ କରିବା ସହିତ  ବୋର୍ଡ/ସେଣ୍ଟ୍ରାଲ ଓ୍ଵାକଫ କାଉନସିଲରେ ପଦବୀରେ ଥିବା ସଦସ୍ୟଙ୍କୁ ଛାଡ଼ି ଦୁଇଜଣ ଅଣମୁସଲମାନ ସଦସ୍ୟ ରହିବେ।

ୱାକଫ୍ (ସଂଶୋଧନ) ବିଲ୍ 2025 ରେ ୱାକଫ୍ ପ୍ରଶାସନ ପାଇଁ ଏକ ଧର୍ମ ନିରପେକ୍ଷ, ପାରଦର୍ଶୀ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ରଖାଯାଇଛି। ଯେଉଁଠାରେ ୱାକଫ୍ ସମ୍ପତ୍ତି ଧାର୍ମିକ ଓ କଲ୍ୟାଣକାରୀ ଉଦ୍ଦେଶ୍ୟର ପୂରଣ କରିଥାଏ ତଥା ଏହାର ପରିଚାଳନାରେ ଆଇନ୍ ଓ ପ୍ରଶାସନିକ ଦାୟୀତ୍ବ ସାମିଲ୍ ହୋଇଥାଏ ଯେଉଁଥିପାଇଁ ସୁବ୍ୟବସ୍ଥିତ ଶାସନର ଆବଶ୍ୟକତା ରହିଛି। ୱାକଫ୍ ବୋର୍ଡ଼ ଏବଂ କେନ୍ଦ୍ରୀୟ ୱାକଫ୍ ପରିଷଦ (ସିଡବ୍ଲୁସି) ର ଭୂମିକା ଧାର୍ମିକ ନୁହେଁ ବରଂ ନିୟାମକ ଅଟେ ଯାହା ଆଇନ୍ ଅନୁପାଳନ ସୁନିଶ୍ଚିତ କରିଥାଏ ଏବଂ ସାର୍ବଜନୀକ ହିତର ସୁରକ୍ଷା କରେ। ଏହି ବିଲ୍ ହିତାଧିକାରୀଙ୍କୁ ସଶକ୍ତ କରି ଏବଂ ଶାସନରେ ସଂସ୍କାର ଆଣି ଦେଶରେ ୱାକଫ୍ ପ୍ରଶାସନ ପାଇଁ ଏକ ପ୍ରଗତିଶୀଳ ଏବଂ ନିରପେକ୍ଷ ଢାଞ୍ଚା ପ୍ରସ୍ତୁତ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସାମରେ ପ୍ରାୟ ୧୫,୬୦୦ କୋଟିର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

December 20, 2025

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025
Latest News

ଆସାମରେ ପ୍ରାୟ ୧୫,୬୦୦ କୋଟିର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

December 20, 2025

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.