
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଉପରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ମଧ୍ୟ ସହମତ ହୋଇଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ଚାକିରି ବନ୍ଦ କରାଯିବା ଉଚିତ ବୋଲି ସେ କହିଛନ୍ତି।