ମାଡ୍ରାସ ହାଇକୋର୍ଟ ପକ୍ଷରୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିମନ୍ତେ ଆଦେଶ ପ୍ରଦାନ ନିମନ୍ତେ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି । ହତ୍ୟାକାଣ୍ଡର ଅଭିଯୁକ୍ତ ଏସ୍ ନଳିନୀଙ୍କ ସମେତ ଅନ୍ୟ 7 ଜଣ ନିଜର ସଜା ଶେଷ ହେବା ପୂର୍ବରୁ ମୁକ୍ତି ନିମନ୍ତେ ଆବେଦନ କରିଥିଲେ । ମାତ୍ର ସମସ୍ତ ଅଭିଯୁକ୍ତଙ୍କ ରିଟ୍ ପିଟିସନ୍କୁ କୋର୍ଟ ଖାରଜ କରିବା ସହିତ ତାମିଲନାଡୁ ସରକାରଙ୍କୁ ଆଦେଶ ଦେବା ନେଇ ମନା କରି ଦେଇଛନ୍ତି । ଜଷ୍ଟିସ୍ ଆର ସୁବଇୟା ଏବଂ ସି ସର୍ବାନନ୍ ଏହି ମାମଲାର ବିଚାର କରିଥଇଳେ । ଆଡଭୋକେଟ ଜେନେରାଲ ବିଜୟ ନାରାୟଣ ଏହା କୋର୍ଟଙ୍କ କ୍ଷମତା ପରିସର ବାହାରର ଜିନିଷ ବୋଲି ଅଭିହିତ କରିଛନ୍ତି । ସମ୍ବିଧାନର ଧାରା 161 ଅନୁଯାୟୀ ଏପରି କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇ ପାରିବ ନାହିଁ ।