କମଲ ହାସାନଙ୍କ ରାଜନୈତିକ ଦଳ ମକ୍କଲ ନିଧି ମୟମ୍(ଏମ୍ଏନ୍ଏମ୍) ଭେଲୋର ଉପ ନିର୍ବାଚନରେ ଭାଗ ନେବ ନାହିଁ । ଦଳର ମୁଖ୍ୟ କମଲ ହାସନ ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ ଦଳ ଚଳିତ ଲୋକସଭାରେ ପ୍ରତିଦ୍ବନ୍ଦିତା ନ କରିବା ନିମନ୍ତେ ଘୋଷଣା କରିଥିଲେ । ନିର୍ବାଚନରେ ଭାଗ ନ ନେବା ନେଇ ହାସନ୍ କହିଛନ୍ତି, ଚଳିତ ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟାଯିବା ଯୋଗୁଁ ନିର୍ବାଚନ ଅଧାରେ ରହିଥିଲା । ଏହା ପରଠାରୁ ଏହି ଅଞ୍ଚଳରେ କୌଣସି ବିକାଶୂ ମୂଳକ କାର୍ଯ୍ୟ ହୋଇନାହିଁ ତେଣୁ ଦଳ ନିର୍ବାଚନରେ ଭାଗ ନେବ ନାହିଁ । ଏମ୍ଏନ୍ଏମ୍ ରାଜ୍ୟ ରାଜନୀତିରେ ବୃହତ୍ତର ପରିବର୍ତ୍ତନ ଆଣିବା ପାଇଁ ଇଚ୍ଛୁକ ତେଣୁ ଆସନ୍ତା ବର୍ଷ ନିର୍ବାଚନରେ ଦଳ ଭାଗ ନେବ ବୋଲି କମଲ ହାସନ ସୂଚନା ଦେଇଛନ୍ତି । ଏପ୍ରିଲ୍ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଡିଏମ୍କେ ପ୍ରାର୍ଥୀ କାଥିର ଆନନ୍ଦଙ୍କ ବାସଗୃହରୁ 11.48 କୋଟି ଟଙ୍କା ଜବତ କରାଯାଇଥିଲା ।