ଝାରଖଣ୍ଡରେ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍କାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି । ଗୁରୁବାର ଦିନ 2.45ରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଝାରଖଣ୍ଡର ଲୋହାର୍ଗାଡାରେ ଏହି ଏନ୍କାଉଣ୍ଟରରେ ନିହତ ହୋଇଥିବା ବେଳେ ପୋଲିସ୍ ଘଟଣାସ୍ଥଳରୁ ଦୁଇଟି ଏକେ 47 ରାଇଫଲ୍ ଜବତ କରିଛି । ବାହେଗାରା ଗ୍ରାମରେ ଘଟିଥିବା ଏହି ଏନକାଉଣ୍ଟରରେ ଦୁଇ ଜଣ ପୋଲିସ୍ ଅଧିକାରୀ ଆହତ ହୋଇଛନ୍ତି । ନକ୍ସଲଙ୍କ ନିକଟରୁ ଏକେ 47 ରାଇଫଲ୍ ମିଳିବା ନେଇ ଆତଙ୍କବାଦୀ ଲିଙ୍କ ସନ୍ଦେହ କରାଯାଉଛି । ଅନ୍ୟ ନକ୍ସଲଙ୍କ ଉପସ୍ଥିତି ନେଇ ପୋଲିସ୍ର ସର୍ଚ୍ଚ ଅପରେସନ୍ ଜାରି ରହିଛି ।