ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

Published: Apr 6, 2025, 8:07 am IST

ଭୁବନେଶ୍ବର: ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ।

ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଅନେକ ସ୍ଥାନରେ ମାସାଧିକ ସମୟ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ଭକ୍ତମାନେ ଉପବାସ ଧାରଣ କରି ବ୍ରତ କରିଥାନ୍ତି।

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରାଯାଉଥିବା ଭୋଗ

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କ ପୂଜା ସମୟରେ ପାରଂପାରିକ ଭୋଗ ଅର୍ପଣ କରାଯାଇଥାଏ। ଚାରିଆଡେ ଚାଉଳର ତିଆରି ସ୍ବାଦିଷ୍ଠ ଖିରି ଭୋଗ କରାଯାଏ।

ସେହିପରି କେତେକ ସ୍ଥାନ ପଞ୍ଚ ଅମୃତ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପଞ୍ଚାମୃତ ମଧ୍ୟ ଭୋଗ କରାଯାଇଥାଏ।

ଦକ୍ଷିଣ ଅଞ୍ଚଳରେ କେତେକ ସ୍ଥାନରେ ହାଲୁଆ ପୁରୀ ଭୋଗ ଅର୍ପଣ କରାଯାଇଥାଏ।

ସେହିପରି ପ୍ରଭୃ ଶ୍ରୀରାମଙ୍କୁ ମିଠା ଖେଚୁଡି ଭୋଗ ମଧ୍ୟ ପ୍ରଦାନ କରାଯାଇଥାଏ।

Related posts